ଦେଶ

ଆହୁରି ମାସେ କନ୍ଦାଇବ ପିଆଜ

onion

ନୂଆଦିଲ୍ଲୀ: ଡିସେମ୍ବର ପର୍ଯ୍ୟନ୍ତ କନ୍ଦାଇବ ପିଆଜ । ପିଆଜ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି । ଏହା ବୃଦ୍ଧି ପାଇ ପୁଣି ଥରେ ପିଆଜ କିଲୋ ପ୍ରତି 100 ଟଙ୍କାରେ ପହଞ୍ଚିଛି । ଆଫଗାନିସ୍ତାନରୁ ଆସୁଥିବା ପିଆଜର କ୍ୱାଲିଟ୍ ଖରାପ ପଡିବାରୁ ବ୍ୟବସାୟୀ ଏହାକୁ କିଣିବାକୁ ନାପସନ୍ଦ କରୁଛନ୍ତି । ତେବେ ବିଜନେସମ୍ୟାନଙ୍କ କହିବାନୁଯାୟୀ 15 ଡିସେମ୍ବର ପର୍ଯ୍ୟନ୍ତ ଏହି ମୂଲ୍ୟରେ ଆସ୍ୱସ୍ଥି ମିଳିବାର ଆଶା ଦେଖାଯାଉ ନାହିଁ । ଦିଲ୍ଲୀରେ ପ୍ରତ୍ୟେକ ଦିନ 1500ରୁ 2000 ଟନ୍‌ ପିଆଜ ଅବସ୍ଥିତ ରହୁଛି । ପରିବର୍ତ୍ତନ ପାଣିପାଗର ପ୍ରଭାଗ ଅଧିକ ମାତ୍ରାରେ ପିଆଜର ବର୍ଦ୍ଧିତ ମୂଲ୍ୟ ଉପରେ ପଡୁଛି ।

ମଣ୍ଡିରେ ପିଆଜର ପାଇକାରୀ ମୂଲ୍ୟ ଅନୁସାରେ 35ରୁ 60 ଟଙ୍କା କିଲୋ ପ୍ରତି ରହିଛି। ଯାହାକି ଖୁଚୁରା ବଜାରରେ 90ରୁ 100 ଟଙ୍କା କିଲୋ ପ୍ରତି ରହିଛି । ବ୍ୟବସାୟୀମାନଙ୍କର ଆଶା ଥିଲା ଯେ, ଆଫଗାନିସ୍ତାନରୁ ଆସୁଥିବା ପିଆଜରେ ଆସ୍ୱସ୍ଥି ମିଳିବ । କିନ୍ତୁ ସେଠାରୁ ଆସୁଥିବା ପିଆଜର କ୍ୱାଲିଟ୍‌  ବହୁତ କରାପ ହେବା କାରଣରୁ ବେପାରି ମଧ୍ୟ ଏଥରୁ ମୁହଁ ଫେରେଇ ନେଉଛନ୍ତି । ତେବେ ପିଆଜର ବର୍ଦ୍ଧିତ ଦରକୁ ନେଇ ଦେଶର ରାଜ୍ୟମାନେ ମଧ୍ୟ କାନ୍ଦୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top