ନ୍ୟୁଜ୍

ପୁଣି କନ୍ଦାଇଲାଣି ପିଆଜ, ଆହୁରି ବଢ଼ିପାରେ ଦର

ONION_CARD_GFX

ଭୁବନେଶ୍ୱର: ପୁଣି କନ୍ଦାଇଲାଣି ପିଆଜ  । ଏବେ ପିଆଜ କାଟିଲେ ନୁହେଁ କିଣିଲେ ଆଖିରୁ ଝରୁଛି ଲୁହ । ଗତ କିଛି ଦିନ ହେବ କ୍ରମାଗତ ଭାବେ ବଢି ଚାଲିଛି ପିଆଜ ଦର । ଗତ ସପ୍ତାହରେ ପିଆଜ କିଲୋପିଛା 35 ଟଙ୍କା ଥିବା ବେଳେ ଏବେ ଦର 40 ଟଙ୍କାରେ ପହଁଚିଲାଣି । କିଲୋ ପିଛା 50 ଟଙ୍କାରେ ପିଆଜ ଦର ପହଞ୍ଚିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ବାରମ୍ବାର ଏପରି ଦର ବୃଦ୍ଧି ଗ୍ରାହକଙ୍କ ପକେଟ ଉପରେ ଚଡକ ପଡାଉଥିବା ବେଳେ ଏହା ବ୍ୟବସାୟୀଙ୍କ ମଧ୍ୟ ମୁଣ୍ଡବ୍ୟଥାର କାରଣ ସାଜିଛି ।

ନାସିକ ଓ ବାଙ୍ଗାଲୋରରୁ ମୁଖ୍ୟତଃ ପିଆଜ ଆମଦାନୀ ହୋଇଥାଏ । ତେବେ ନାସିକରେ ବନ୍ୟା ପରିସ୍ଥିତି ଯୋଗୁଁ ଆମଦାନୀରେ ବାଧା ଉପୁଜିଥିବା ବେଳେ ବାଙ୍ଗାଲୋରରୁ ପିଆଜ ଆସିବା କମ ହୋଇଯାଇଛି । ଫଳରେ ହୁହୁ ହୋଇ ବଢିଚାଲିଛି ପିଆଜ ଦର  । ତେବେ ସରକାର ଏଥି ପ୍ରତି ଦୃଷ୍ଟି ଦେଉଥିବା କହିଛନ୍ତି ଖାଉଟି ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ   । ତେବେ  ସାଧରଣ ଜୀବନରେ ପିଆଜ ନିହାତି ଆବଶ୍ୟକୀୟ ହୋଇଥିବା ବେଳେ ଏବେ ଏହି ପିଆଜର ବଢୁଥିବା ଦର ସମସ୍ତଙ୍କୁ କନ୍ଦାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top