ନ୍ୟୁଜ୍

କଟକରେ ବଢ଼ୁଛି କରୋନା ସଂକ୍ରମଣ, ସିଏମସି ଅଞ୍ଚଳରୁ ୧୬ ଆକ୍ରାନ୍ତ ଚିହ୍ନଟ

Corona

କଟକ: ହସ୍ପିଟାଲରେ ବଢୁଥିବା ସଂକ୍ରମଣ ଏବେ ସିଏମସିର ଚିନ୍ତା ବଢାଇଛି । କଟକ ହେଉଛି ରାଜ୍ୟର ଏକ ପ୍ରମୁଖ ମେଡିକାଲ ହବ୍। ଏଠାକୁ ପ୍ରତିଦିନ ବିଭିନ୍ନ ଜିଲା ଓ ରାଜ୍ୟରୁ ରୋଗୀମାନେ ଚିକିତ୍ସା ପାଇଁ ଆସିଥାନ୍ତି। ତେଣୁ ସଂକ୍ରମଣ ସଂଖ୍ୟା ବଢ଼ୁଛି। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ୧୨୦ କରୋନା ଆକ୍ରାନ୍ତ ବାହାରିଛନ୍ତି। ଏବେ ସୁଦ୍ଧା କଟକ ଗ୍ରାମାଞ୍ଚଳରେ ୭୫୦ ଆକ୍ରାନ୍ତ ବାହାରିଥିବାବେଳେ ସେଥିରୁ ୫୬୯ଜଣ ସୁସ୍ଥ ହୋଇଛନ୍ତି।

କଟକରେ ଅଶ୍ବିନୀ ଓ ଆଠଗଡ଼ସ୍ଥିତ ଗୋପବନ୍ଧୁ ଚିକିତ୍ସା ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନରେ କୋଭିଡ଼ ହସ୍ପିଟାଲ ଖୋଲାଯାଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦ୍ୟାଧରପୁର ଏବଂ ଡ୍ରିମ୍ସଠାରେ ଆଉ ୨ଟି କୋଭିଡ଼ ହସ୍ପିଟାଲ ଖୋଲିବାପାଇଁ ପ୍ରସ୍ତୁତି ସରିଛି । କଟକ ସହରରେ ଆକ୍ରାନ୍ତ ସଂଖ୍ୟା ବଢ଼ିବାର ମୂଳ କାରଣ ହେଉଛି ଏଠାକୁ ପ୍ରତିଦିନ ବିଭିନ୍ନ ଜଟିଳ ରୋଗର ଉପଚାର ପାଇଁ ଏସସିବି ଓ ଆଚାର୍ଯ୍ୟ ହରିହର ଭଳି ବିଭିନ୍ନ ହସ୍ପିଟାଲକୁ ଲୋକେ ଆସିଥାନ୍ତି। ସେମାନେ ସରକାରଙ୍କ କୋଭିଡ଼ ମାର୍ଗଦର୍ଶିକା ପାଳନ କରୁ ନଥିବା ଯୋଗୁଁ ଏହି ସଂକ୍ରମଣ ଦେଖାଦେଇଛି ।

କଟକ ସହରରେ ବହୁତ ଗଳି ରହିଛି। ତେଣୁ ଗଳି ଗୁଡିକରେ ଯେଭଳି ଗହଳି ନ ହେବ ସେଥିପ୍ରତି ଜନସାଧାରଣଙ୍କୁ ସଚେତନ କରାଯାଉଛି। ତେବେ ମଣିଷର ପ୍ରକୃତି ପାଇଁ ସାମାଜିକ ସଂକ୍ରମଣ ହେଉଛି। ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ବେଳେ ଲୋକେ ନିଜ ପରିବାର ବୋଲି ଭାବି ମିଶି ଯାଉଛନ୍ତି ଯାହାଫଳରେ ସଂକ୍ରମଣ ଦେଖାଦେଉଛି। କଟକ ସିଏମସି ଅଞ୍ଚଳରୁ ଆଜି 16 ପଜିଟିଭ ଚିହ୍ନଟ ହୋଇଛନ୍ତି । 16ଜଣଙ୍କ ମଧ୍ୟରୁ 8ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।

ରାଉସପାଟଣାରୁ 5ଜଣ ସ୍ଥାନୀୟ ସଂକ୍ରମିତ ସୂଚନା ମିଳିଛି ।  ସେହିପରି ସିଡିଏ ସେକ୍ୱର 10ରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୪ ଜଣ ସୁସ୍ଥ ହୋଇଛନ୍ତି। ୧୨୮ ଜଣ ଚିକିତ୍ସାଧୀନ  ଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top