ଦେଶ

୫ଦିନିଆ ରିମାଣ୍ଡରେ ଗଲେ ଚିଦାମ୍ବରମ୍‌

p chidambaram

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ  ମାମାଲାରେ ପ.ଚିଦାମ୍ବରମ୍‌ଙ୍କୁ କୋର୍ଟରୁ ଝଟ୍‌କା ଲାଗିଛି । ପି ଚିଦମ୍ବରମ୍‌ଙ୍କୁ ୫ ଦିନ ପାଇଁ ସିବିଆଇ ରିମାଣ୍ଡକୁ ନେଇ ହାଜତ ଜେରା କରିବା ନେଇ କୋର୍ଟରେ ଆବେଦନ କରିଥିଲା । ତେବେ କୋର୍ଟ ଶୁଣାଣିରେ ଜିଦାମ୍ବରମଙ୍କୁ ସିବିଆଇ ରିମାଣ୍ଡରେ  5 ଦିନ ପାଇଁ ପଠାଇଦେଇଛନ୍ତି । ତେବେ 26 ଅଗଷ୍ଟ ପର୍ଯ୍ୟନ୍ତ ଚିଦାମ୍ବରମ୍‌ ସିବିଆଇ ରିମାଣ୍ଡରେ ରହିବେ ।

ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଓ ଇଡି ହାତରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମଙ୍କ ଜାମିନ ଆବେଦନକୁ ଆଜି ପ୍ରାୟ ଦେଢ଼ ଘଣ୍ଟାର ଦୀର୍ଘ ଶୁଣାଣି ପରେ ସିବିଆଇ ଅଦାଲତ ରାୟକୁ ସାମୟିକ ଭାବେ ଅଧଘଣ୍ଟା ପାଇଁ ସଂରକ୍ଷିତ ରଖିଥିଲେ । ଏହପରେ  ତଦନ୍ତରେ ସହାୟତା କରୁ ନଥିବା ଦର୍ଶାଇ ଅଭିଯୁକ୍ତ ପି ଚିଦମ୍ବରମ୍‌ଙ୍କୁ ୫ ଦିନ ପାଇଁ ସିବିଆଇ ରିମାଣ୍ଡକୁ ନେଇ ହାଜତ ଜେରା କରିବା ପାଇଁ ଆବେଦନ କରିଥିଲା  ।

ଆଜି ସିବିଆଇର ସ୍ୱତନ୍ତ୍ର ଅଦାଲତରେ ଚିଦମ୍ବରମ୍‌ଙ୍କ ଶୁଣାଣି ଚାଲିଥିବା ବେଳେ କୋର୍ଟ ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା। ଶୁଣାଣି କାଳରେ ଚିଦମ୍ବରମଙ୍କ ପତ୍ନୀ ନଳିନୀ ଓ ପୁତ୍ର କାର୍ତ୍ତୀ ଚିଦମ୍ବରମ ମଧ୍ୟ ଅଦାଲତରେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top