ଦେଶ

ଚିଦାମ୍ବରମଙ୍କୁ ପୁଣି ଝଟକା, ୧୪ ଦିନିଆ ରିମାଣ୍ଡରେ ପଠାଇଲେ କୋର୍ଟ

p-chidambaram

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଆଜି ତଥା କୁରୁବାରରେ ଦିଲ୍ଲୀସ୍ଥିତ ଆଭେନ୍ୟୁ କୋର୍ଟରୁ ଝଟକା ଲାଗିଛି । କୋର୍ଟ ଚିଦାମ୍ବରମ୍‌ଙ୍କୁ ପୁଣି  ୧୪ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ଅର୍ଥାତ ସେ ୩ ଅକ୍ଟୋବର ପର୍ଯ୍ୟନ୍ତ ତିହାଡ ଜେଲରେ ରହିବେ । ଏହା ପୂର୍ବରୁ ସିବିଆଇ ଅଦାଲତଙ୍କୁ ଚିଦାମ୍ବରମଙ୍କ ରିମାଣ୍ଡ ଅବଧୀ ବଢାଇବା ପାଇଁ ଅପିଲ କରିଥିଲା । ଯାହାକୁ ଚିଦାମ୍ବରମଙ୍କ ଓକିଲ କପିଲ ଶିବଲ ବିରୋଧ କରିଥିଲେ ।

ଦିଲ୍ଲୀର ଏକ ଅଦାଲତ ଗତ ୫ ତାରିଖରେ ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ। କୋର୍ଟଙ୍କ ଆଦେଶ ପରେ ଚିଦାମ୍ବରମଙ୍କୁ ତିହାରର କେନ୍ଦ୍ରୀୟ ଜେଲ ପଠାଯାଇଥିଲା। ସ୍ଵତନ୍ତ୍ର ଜଜ୍‌ ଅଜୟ କୁମାର କୁହାଡ଼ ନିଜର ମହକିଲଙ୍କୁ ବିଚାର ବିଭାଗୀୟ ହାଜତ ନପଠାଇବାକୁ ଚିଦାମ୍ବରଙ୍କ ଓକିଲ କପିଲ ଶିବ୍ବଲଙ୍କ ଦଲିଲକୁ ଖାରଜ କରିଦେଇଥିଲେ ।

ସୁଚନାବୁତାବକ, ଚିଦାମ୍ବରମଙ୍କୁ ଗତ ୫ ତାରିଖରେ ସିବିଆଇର ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ତାଙ୍କ ଓକିଲ କପିଲ ଶିବ୍ବଲ କୋର୍ଟରେ କହିଥିଲେ ଯେ ତାଙ୍କର ମହକିଲ ଇଡି ସାମ୍ନାରେ ହାଜର ହେବାକୁ ପ୍ରସ୍ତୁତ ।  ସେ କୋର୍ଟରେ କହିଥିଲେ ଯେ ତାଙ୍କର ମହକିଲଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବା ଉଚିତ୍ ନୁହଁ। ତାଙ୍କୁ ସିବିଆଇ ସବୁ ପ୍ରଶ୍ନ ପଚାରି ସାରିଛି। ତାଙ୍କୁ ଇଡିର ହେପାଜତକୁ ଯିବାକୁ ଦିଆଯାଉ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top