X
Breaking News
ଦେଶ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାପ ଦେଖାଇ ହତ୍ୟା ଧମକ !

RABI PIRZADA

ଜାମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଏବେ ଭାରତ- ପାକିସ୍ତାନ ମଧ୍ୟରେ ସମ୍ପର୍କ ଅଧିକ ତିକ୍ତ ହୋଇଛି । ପ୍ରତ୍ୟେକ ଦିନ ଖବର କାଗଜରେ ଭାରତ ଓ ପାକିସ୍ତାକୁ ନେଇ ଖବର ପ୍ରକାଶ ପାଉଛି । ପାକିସ୍ତାନ ପକ୍ଷରୁ କେହି ନା କେହି ଭାରତ ପାଇଁ ବିଷୋଦ୍‌ଗାର କରୁଛି । ଏମିତିକି ପାକିସ୍ତାନ ପ୍ରତ୍ୟେକ କଥାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରୁଛି । ମୋଦି ପାକିସ୍ତାନକୁ ନଷ୍ଟ କରିବାକୁ ଚକ୍ରାନ୍ତ କରୁଥିବା ପାକିସ୍ତାନ ବାରମ୍ବାର କହୁଛି । ହେଲେ ପାକିସ୍ତାନ ଯେତେ ବିଳିବିଳୋଉଥିଲେ ମଧ୍ୟ ଭାରତ ପକ୍ଷରୁ କୌଣସି ପ୍ରକାର ମନ୍ତବ୍ୟ ଦିଆଯାଇ ନାହିଁ । କାରଣ କଥାରେ ଅଛି ‘ଗରଜିଲା ମେଘ ବରସେ ନାହିଁ’ ।

ବୁଧବାର ପୁଣି ଜଣେ ପାକିସ୍ତାନୀ କଣ୍ଠଶିଳ୍ପୀ, ଭାରତ ବିରୋଧରେ ବିଷୋଦ୍‌ଗାର କରିଛନ୍ତି । ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି ।

କାଶ୍ମୀର ପ୍ରସଙ୍ଗରେ ଭାରତ ନେଇଥିବା ପଦକ୍ଷେପରେ ସେ ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ବିରୋଧ କରିଛନ୍ତି । ସେ କିଛି ପାଲତୁ ସାପ ଦେଖାଇ ଭାରତକୁ ଡରାଇବାକୁ ଚେଷ୍ଟା କରିଛନ୍ତି । ମୋଦିଙ୍କ ବିରୋଧରେ ସେହି ସାପ ଗୁଡ଼ିକୁ ପ୍ରୟୋଗ କରିବେ ବୋଲି ସେ  କହିଛନ୍ତି । ଏହି ସାପ ମୋଦିଙ୍କୁ ଆଟାକ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଭିଡିଓରେ ସେ କହିଛନ୍ତି ।

ତବେ ପାକିସ୍ତାନର ଏଭଳି ବାଚାଳାମି ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି, ସୋସିଆଲ ମିଡିଆରେ । ଗତ ସୋମବାର ପାକିସ୍ତାନର ପୂର୍ବତନ କମିଶନର ଅବ୍ଦୁଲ ବାସିତ୍‌ ଜଣେ ପର୍ଣ୍ଣଷ୍ଟାରଙ୍କ ଫଟୋ ଛାଡ଼ି, ସୋସିଆଲ ମିଡିଆରେ ଖୁବ ବେଜିତ ହୋଇଛନ୍ତି । ଖୋଦ ପର୍ଣ୍ଣଷ୍ଟାର ଜନି ସିନସ ମଧ୍ୟ ଅବ୍ଦୁଲ ବାସିତଙ୍କୁ ଟ୍ରୋଲ କରିଛନ୍ତି । ଅବ୍ଦୁଲ ବାସିତ ଗୋଟିଏ ପୋଷ୍ଟକୁ ରି-ଟ୍ୱିଟ କରିଥିଲେ । ଯେଉଁଥିରେ ପର୍ଣ୍ଣଷ୍ଟାର ଜନି ସିନସଙ୍କ ଫଟୋ ଥିଲା ଆଉ ସେଥିରେ ଲେଖାଥିଲା ଯେ ସେ ଜଣେ କାଶ୍ମୀର ଯୁବକ ଆଉ ଗୁଳି ବାଜିବାକୁ ତାଙ୍କ ଆଖି ନଷ୍ଟ ହୋଇଛି । ଅବ୍ଦୁଲ ବାସିତଙ୍କ ଏହି ପୋଷ୍ଟ ର ଜବାବରେ ପର୍ଣ୍ଣ ଷ୍ଟାର ଜନି ତାଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ଆଖି ଠିକ୍‌ ଅଛି ବୋଲି କହି ଟ୍ରୋଲ କରିଛନ୍ତି ।

ସବୁଠାରୁ ମଜା କଥା ହେଲା ଏହି ସମସ୍ତ ଘଟଣାକୁ, ଖୋଦ୍‌ ଜଣେ ପାକିସ୍ତାନୀ ସାମ୍ବାଦିକା ନିଜେ ଟ୍ୱିଟ୍‌ କରି ଅବ୍ଦୁଲଙ୍କ ମଜାକ୍‌ ଉଡ଼ାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top