ଅପରାଧ

ହାଫିଜ୍‌ ସଇଦକୁ ୫ ବର୍ଷ କାରାଦଣ୍ଡ

hafiz saeed

ନୂଆଦିଲ୍ଲୀ: ପାକିସ୍ତାନ ଅଦାଲତ ଆତଙ୍କୀ ସଙ୍ଗଠନ ଜମାତ୍‌-ଉଦ୍‌-ଦାବାର ପ୍ରମୁଖ ହାଫିଜ୍‌ ସଇଦ୍‌କୁ ଟେରର ଫଣ୍ଡିଂ ମାମଲାରେ ଦୋଷୀ ସାବ୍ୟସ୍ତ କରିଛି । ଅଦାଲତ ଆତଙ୍କୀ ସଙ୍ଗଠନର ମୁଖ୍ୟ ତଥା ମୁମ୍ବାଇର ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦ୍‌କୁ ୫ ବର୍ଷ ସଜା ଶୁଣାଇଛନ୍ତି ।

ଲାହୋରର ଆତଙ୍କବାଦ ରୋଧୀ ଅଦାଲତର ଜଷ୍ଟିସ୍ ଅରଶଦ ହୁସୈନ ଭୁଟ୍ଟା ଜମାତ-ଉଦ-ଦାବାର ପ୍ରମୁଖ ହାଫିଜ ସଇଦ ବିରୋଧରେ ଆତଙ୍କୀ ଗତିବିଧି ପାଇଁ ଫଣ୍ଡିଂ ଯୋଗାଉଥିବା ମାମଲାରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ତେବେ ଅଦାଲତ ଏହି ସଜା ଫାଇନାନସିଆଲ୍‌ ଆକ୍ସନ ଟାସ୍କ ଫୋର୍ସ ଦ୍ଵାରା ପାକିସ୍ତାନକୁ ବ୍ଲାକ୍‌ କିମ୍ବା ଗ୍ରେ’ ଲିଷ୍ଟ କରିବାର ୨ ଦିନ ପୂର୍ବରୁ ଏଭଳି ସଜା ଶୁଣାଇଛନ୍ତି ।

୨୦୧୨ରେ ଲାହୋର ଏବଂ ଗୁଞ୍ଜରବାଲାରେ ସଇଦ ବିରୋଧରେ ଆତଙ୍କବାଦ ରୋଧୀ ବିଭାଗ ମାମଲା ରୁଜୁ କରିଥିଲା । ୨୦୧୨ରେ ଆମେରିକା ସଇଦକୁ ଆତଙ୍କବାଦୀ ଘୋଷଣା କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top