ଦେଶ

ପାକିସ୍ତାନ ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟ 97କୁ ବୃଦ୍ଧି, କେବଳ 2 ଜୀବିତ

ନୂଆଦିଲ୍ଲୀ:  ଶୁକ୍ରବାର ଦିନ ପାକିସ୍ତାନରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ଲୋହୋରରୁ କରାଚି  ଯାଉଥିବା ପିଆଇଏର ଏକ ବିମାନ  କରାଚୀ ଏୟାରପୋର୍ଟ ନିକଟରେ  ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ସମୁଦାୟ ୯୯ ଜଣ ଯାତ୍ରୀ ଥିଲେ । ଘଟଣାସ୍ଥଳରେ ୯୭  ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ କେବଳ 2 ଜଣ ଜୀବିତ ଅଛନ୍ତି । ପାକିସ୍ତାନର ସମ୍ବାଦ ସଂସ୍ଥାନ ‘ଡନ୍’ କହିଛି ଯେ ୯୧ ଜଣ ଯାତ୍ରୀ ଏବଂ ୮ଜଣ ପରିଚାରକଙ୍କୁ ମିଶାଇ ବିମାନରେ ଥିବା ସମୁଦାୟ ୯୯ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୯୭ଜଣଙ୍କର ମୃତ୍ୟୁ ହୋଇଯାଇଛି। ଜୀବିତ ଥିବା ଦୁଇ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ପ୍ରାପ୍ତ ସୂଚନା ଅନୁସାରେ, ବିମାନ ଅବତରଣ ପାଇଁ ଉଦ୍ୟମ କରିବା ବେଳେ ପାଇଲଟ୍ ଲ୍ୟାଣ୍ଡିଙ୍ଗ୍ ଗିଅର୍‌ରେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖିନ ହୋଇଥିଲେ। ଏ ସଂକ୍ରାନ୍ତରେ ପାଇଲଟ୍ ଏୟାର୍‌ ଟ୍ରାଫିକ୍ କଣ୍ଟ୍ରୋଲ୍‌ଙ୍କୁ ଅବଗତ କରାଇଥିଲେ। ବିମାନଟି ଖସିବ ପଡ଼ିବା ଯୋଗୁଁ ମଡେଲ୍ କଲୋନିରେ ପ୍ରାୟ ୪/୫ଟି ଘର ଏବଂ ୬/୭ଟି କାର୍ ଭାଙ୍ଗି ନଷ୍ଟ ହୋଇଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top