ଦେଶ

ଧରାପଡିଲା ପାକିସ୍ତାନ, ଫେଲ୍ ମାରିଛି ପାକ୍ ଗୁପ୍ତଚରଙ୍କ ହାଇପ୍ରୋଫାଇଲ୍ ଚାଲ୍

Pakistan

ଅର୍ଗସ ବ୍ୟୁରୋ:  ଭାରତ ବିରୋଧରେ ପାକ୍ ର ଆଉ ଏକ ଚାଲ୍ ଫେଲ ମାରିଛି । ଭାରତରେ ରହି ଦେଶର ଗୁପ୍ତ ସୂଚନା ଲିକ୍ କରୁଥିବା ବେଳେ ଧରାପଡିଛନ୍ତି ପାକିସ୍ତାନ ଉଚ୍ଚ ଆୟୋଗର ୨ ଅଧିକାରୀ । ଆତଙ୍କୀ ସଂଗଠନ ଆଇଏସଆଇକୁ ଭାରତୀୟ ସେନା ଅଧିକାରୀଙ୍କ ଲିଷ୍ଟ୍ ଦେଉଥିବା ବେଳେ ଧରିପାଡିଛନ୍ତି ୨ ପାକ୍ ଅଧିକାରୀ । ଧରାପଡିଲା ପାକିସ୍ତାନ । ଫେଲ୍ ମାରିଛି ପାକ୍ ଗୁପ୍ତଚରଙ୍କ ହାଇପ୍ରୋଫାଇଲ୍ ଚାଲ୍ । ଗୁପ୍ତଚର ପକ୍ଷୀ ପରେ ଏବେ ଧରାପଡ଼ିଛନ୍ତି ମଣିଷ । ଲଗାତାର ସୀମାରେ ଉତ୍ତେଜନା ସୃଷ୍ଟି କରୁଥିବା ପାକ୍ ନିଜର ସବୁ ସୀମା ଅତିକ୍ରମ କରିଛି। ଭାରତରେ ରହି ଦେଶର ଗୁପ୍ତ ସୂଚନା ଲିକ୍ କରୁଥିବା ବେଳେ ଧରାପଡିଛନ୍ତି ପାକିସ୍ତାନ ଉଚ୍ଚ ଆୟୋଗର ୨ ଅଧିକାରୀ ।

pakistan

ସେମାନେ ହେଲେ ପାକ୍ ଉଚ୍ଚ ଆୟୋଗର ଭିସା ବିଭାଗରେ କାର୍ଯ୍ୟ କରୁଥିବା ଦୁଇ ଅଧିକାରୀ ଆବିଦ୍ ହୁସେନ୍ ଏବଂ ତାହିର ହୁସେନ୍ । ଭାରତରେ ରହି ଆତଙ୍କୀ ସଂଗଠନ ଆଇଏସଆଇକୁ ଦେଉଥିଲେ ଭାରତୀୟ ସେନା ଅଧିକାରୀଙ୍କ ଲିଷ୍ଟ୍ । ମାସେ ହେବ ଭାରତୀୟ ଗୁଇନ୍ଦା ବିଭାଗର ଟାର୍ଗେଟରେ ଥିଲେ ଏମାନେ । ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ବେଳେ ଦିଲ୍ଲୀ କରୋଲ ବାଗରୁ ଉଭୟଙ୍କୁ ରଙ୍ଗେ ହାତ ଧରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଧରାପଡିବା ପରେ ଉଭୟଙ୍କୁ ପର୍ସୋନା-ନନ୍ ଗ୍ରେଟା ଘୋଷଣା କରିଛି ଭାରତ । ଏଥିସହ ସୋମବାର ସୁଦ୍ଧା ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ଭାରତର କାର୍ଯ୍ୟାନୁଷ୍ଠାନ ପରେ ଉତକ୍ଷିପ୍ତ ହୋଇପଡିଛି ପାକିସ୍ତାନ । ଇସଲାମାବାଦରେ ଥିବା ଭାରତୀୟ ଦୂତାବାସ ଅଧିକାରୀଙ୍କୁ ଏନେଇ ନୋଟିସ ଜାରି କରିଛି ପାକିସ୍ତାନ । ଭାରତର ଅଭିଯୋଗକୁ ଖଣ୍ଡନ କରି ପାକିସ୍ତାନ ଅଭିଯୋଗ କରିଛି ଯେ ଭିଏନା ଚୁକ୍ତିନାମାକୁ ଭାରତ ଉଲ୍ଲଂଘନ କରିଛି ଯାହା ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କରେ ଫାଟ୍ ସୃଷ୍ଟି ହୋଇପାର । ଅନ୍ୟପଟେ ପାକ୍ ଦୂତାବାସର କୌଣସି ଅଧିକାରୀ ଯେପରି ଭାରତ ବିରୋଧୀ ଗତି ବିଧିରେ ସାମିଲ ନଥିବେ ସେନେଇ ପାକ୍ ଦୂତବାସକୁ ନୋଟିସ ଜାରି କରାଯାଇଛି ।

ଗତ କିଛି ଦିନ ହେବ ଜାମ୍ମୁ ଓ କାଶ୍ମୀରରେ ଆତଙ୍କୀ ଗତିବିଧି ବୃଦ୍ଧି ପାଇଛି । ନିକଟରେ ପୁଲୱାମାରେ ଏକ ବଡ଼ ଧରଣର ଆତଙ୍କୀ ହମଲା ଯୋଜନାକୁ ପଣ୍ଡ କରିଥିଲା ସେନା । ଆଉ ଏବେ ଧରାପଡିଛନ୍ତି ପାକ୍ ର ଦୁଇ ଗୁପ୍ତଚର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top