ଖେଳ

ବିରାଟ ଓ ରୋହିତଙ୍କୁ ପାକିସ୍ତାନୀ କ୍ରିକେଟର ସର୍ଫରାଜଙ୍କ ପ୍ରଶଂସା

ଅର୍ଗସ ବ୍ୟୁରୋ : ବିରାଟ କୋହଲି ଏବେକାର ସମସ୍ତ ବ୍ୟାଟ୍ସମ୍ୟାନ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି କହିଛନ୍ତି ପୂର୍ବତନ ପାକିସ୍ତାନୀ ଅଧିନାୟକ ତଥା ୱିକେଟ କିପର ବ୍ୟାଟ୍ସମ୍ୟାନ ସର୍ଫରାଜ ଅହମଦ। ଏକ ଘରୋଇ ଚ୍ୟାନେଲକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସେ ଏଭଳି କହିଛନ୍ତି।

ସର୍ଫରାଜଙ୍କ ମତରେ ବର୍ତମାନ ବିଶ୍ୱ କ୍ରିକେଟରେ ବିରାଟ କୋହଲି ତିନୋଟି ଯାକ ଫର୍ମାଟରେ 50 ରୁ ଉର୍ଦ୍ଧ ଆଭରେଜରେ ବ୍ୟାଟିଂ କରୁଛନ୍ତି। ଏହା ସହ ବିଗତ ତିନିବର୍ଷ ମଧ୍ୟରେ ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ବହୁ ଶତକ ହାସଲ କରିଛନ୍ତି। ତେଣୁ ତାଙ୍କର ସମକକ୍ଷ ଏବେ କେହି ନାହାନ୍ତି।

ସେହିପରି ସର୍ଫରାଜ ଭାରତୀୟ ଓପନର ରୋହିତ ଶର୍ମାଙ୍କ ପ୍ରଂଶସା ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ, ରୋହିତ ପାଖରେ ବଲକୁ ଟାଇମିଙ୍ଗ କରିବାର ଯେଉଁ କ୍ଷମତା ରହିଛି ତାହା କୌଣସି ଖେଳାଳିଙ୍କ ପାଖରେ ନାହିଁ। ଏହା ସତ୍ୱେ ଟେଷ୍ଟ କ୍ରିକେଟରେ ରୋହିତ ସଫଳତା ହାସଲ ନ କରିବା ତାଙ୍କୁ ବହୁ ବ୍ୟଥିତ କରିଛି। ନିଜର ଖରାପ ଫର୍ମ ପାଇଁ ପାକିସ୍ତାନ କ୍ରିକେଟ ଦଳରୁ ବାଦ ପଡ଼ିଥିବା ସର୍ଫରାଜ ଆଗାମୀ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଟେଷ୍ଟ ମ୍ୟାଚ ପାଇଁ ସମ୍ଭାବ୍ୟ ଦଳରେ ସ୍ଥାନ ପାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top