ଖେଳ

ବିବାଦୀୟ ବୟାନ ଦେଇ ହଟହଟା ହେଲେ ପାକ୍ କ୍ରିକେଟର ସୋଏବ ଅଖତର

ଅର୍ଗସ ବ୍ୟୁରୋ : ପୁଣି ଥରେ ବେପାରୁଆ ବୟାନ ଦେଇ ଚର୍ଚ୍ଚାରେ ପାକ କ୍ରିକେଟର ସୋଏବ ଅଖତର । ପାଣ୍ଠି ଯୋଗାଡ ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ ଆୟୋଜନ କରାଯାଉ ବୋଲି କହି ପୁଣି ଚର୍ଚ୍ଚାରେ ସୋଏବ । ତେବେ ଭାରତର ପୂର୍ବତନ କିମ୍ବଦନ୍ତୀ ଅଲରାଉଣ୍ଡର ଏହାକୁ କଡା ନିନ୍ଦା କରିଛନ୍ତି । ଭାରତ ନିକଟରେ ମହାମାରୀ ମୁକାବିଲା ପାଇଁ ଯଥେଷ୍ଟ ପଇସା ଥିବା ସେ କହିଛନ୍ତି । ବେପାରୁଆ ମନ୍ତବ୍ୟ ପାଇଁ ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଫାଷ୍ଟ ବୋଲର ସୋଏବ ଅଖତରଙ୍କୁ ଭତ୍ସନା କରିବା ସହ କଡା ଜବାବା ଦେଇଛନ୍ତି କିମ୍ବଦନ୍ତୀ ଭାରତୀୟ ଅଲରାଉଣ୍ଡର କପିଲ ଦେବ ।

କିଛି ଦିନ ତଳେ ଅଖତର ଏକ ଭାରତୀୟ ଗଣମାଧ୍ୟମକୁ କହିଥିଲେ, କେବଳ ଟେଲିଭିଜନ ଦର୍ଶକ ଲାଗି ଭାରତ ଓ ପାକିସ୍ତାନ କ୍ରିକେଟ ଦଳ ମଧ୍ୟରେ ତିନୋଟି ମ୍ୟାଚ ଆୟୋଜନ କରାଯିବା ଉଚିତ । ଖାଲି ଷ୍ଟାଡିୟମରେ ଏହି ମ୍ୟାଚ ସବୁ ଆୟୋଜନ ହେବ । ଏହି ତିନୋଟି ମ୍ୟାଚରୁ ଉପାର୍ଜିତ ରାଜସ୍ୱକୁ ଉଭୟ ଭାରତ ଓ ପାକିସ୍ତାନରେ କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ବ୍ୟୟ କରାଯିବ । ସୋଏବ ଅଖତରଙ୍କ ଏହି ବେପାରୁଆ ମନ୍ତବ୍ୟକୁ କପିଲ ଦେବଙ୍କ ସହ ବହୁ ଭାରତୀୟ ନାପସନ୍ଦ କରିଛନ୍ତି । କପିଲ ସିଧା ସିଧା କହିଛନ୍ତି ଯେ, ଭାରତର ଅର୍ଥ ଆବଶ୍ୟକ ନାହିଁ । ଏହି କ୍ରିକେଟ ମ୍ୟାଚ ପାଇଁ କ୍ରିକେଟରଙ୍କ ଜୀବନକୁ ବିପଦରେ ପକାଇବା ଆଦୌ ଗ୍ରହଣୀୟ ନୁହେଁ । ଅଖତରଙ୍କ ପ୍ରସ୍ତାବ ସମ୍ଭବପର ମଧ୍ୟ ନୁହେଁ । ସେ ତାଙ୍କର ନିଜସ୍ବ ମତ ପ୍ରକାଶ କରିଛନ୍ତି । ହେଲେ ଆମର ପାଣ୍ଠି ଯୋଗାଡ କରିବା ଆବଶ୍ୟକ ନାହିଁ । ତିନୋଟି କ୍ରିକେଟ ମ୍ୟାଚରୁ ଏମିତି କେତେ ପାଣ୍ଠି ଯୋଗାଡ କରି ହେବ କି ? .. ଏତିକି ପାଣ୍ଠି ପାଇଁ କ୍ରିକେଟରଙ୍କ ଜୀବନକୁ ବିପଦରେ ପକାଇବା କେତେ ଯୁକ୍ତିଯୁକ୍ତ । ମୁଁ ଭାବୁଛି ଆସନ୍ତା 5/6 ମାସ ପାଇଁ ଆମକୁ କ୍ରିକେଟ ଭୁଲିଯିବା ଉଚିତ ହେବ । ସବୁ କିଛି ଠିକ ହେଲେ କ୍ରିକେଟ ପୁଣି ଆରମ୍ଭ ହେବ । ଦେଶ ଠାରୁ କୌଣସି କ୍ରୀଡା କଦାପି ବଡ ହୋଇନପାରେ ।

ବର୍ତ୍ତମାନ ପରିସ୍ଥିତିରେ କରୋନା ମୁକାବିଲା ପାଇଁ ଆମେ ସରକାରଙ୍କୁ ସହଯୋଗ କରିବା ଉଚିତ । ଏହି ଲଢେଇରେ ଆଗ ଧାଡିର ଯୋଦ୍ଧା ହେଲେ ଡାକ୍ତର, ସେବିକା, ସ୍ୱାସ୍ଥ୍ୟକର୍ମୀ, ପୋଲିସ ଏବଂ ଅନ୍ୟମାନଙ୍କ ମନୋବଳ ବଢାଇବା ଉଚିତ । ପୁଣି ଲକ ଡାଉନ ଯୋଗୁ ଜୀବିକା ହରାଇଥିବା ଓ ଖାଇବାକୁ ପାଉନଥିବା ଗରିବକୁ ସାହାଯ୍ୟ କରିବା କଥା ଆମକୁ ଭାବିବାକୁ ପଡିବ । ଆମ ପାଖରେ ଯଥେଷ୍ଟ ପଇସା ଅଛି । ଆମ ପାଇଁ ଗରୁତ୍ୱପୂର୍ଣ୍ଣ ହେଉଛି, ବର୍ତ୍ତମାନ ସମୟରେ ଏହି ମହାମାରୀର ସଫଳ ମୁକାବିଲା କରିବା । ଏହି କାମରେ ନିଜ ଜୀବନକୁ ପାଣି ଛଡାଇ ଲାଗିଥିବା ବ୍ୟକ୍ତିଙ୍କ ପ୍ରତି ସହଯୋଗର ହାତ ବଢାଇବା ଏବଂ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ କରିବା । ଟେଲିଭିଜନରେ ଦେଖୁଛନ୍ତି ଯେ, ବହୁ ରାଜନେତା କରୋନାର ମୁକାବିଲା ଉପାୟ କଥା ନଭାବି ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି । ଏହା ବନ୍ଦ ହେବା ଉଚିତ । କରୋନା ମୁବାକିଲା ପାଇଁ ବିସିସିଆଇ ଭାରତ ସରକାରଙ୍କୁ 51 କୋଟିର ବଡ ଅର୍ଥ ରାଶି ପ୍ରଦାନ କରିଛି । ଆବଶ୍ୟକ ପଡିଲେ ଏହାଠାରୁ ଅଧିକ ଅର୍ଥ ପ୍ରଦାନ କରାଯିବ । ଲକ ଡାଉନରେ ଲୋକେ ହଇରାଣ ହେଉଛନ୍ତି ବୋଲି କହିବାକୁ କପିଲ ଜବାବ ଦେଇଥିଲେ ଯେ, ନେଲସନ ମାଣ୍ଡେଇ ଯଦି ଏକ କ୍ଷୁଦ୍ର କଠୋରିରେ 27 ବର୍ଷ ରହିପାରିଲେ, ଆମେ ଆମ ଘରେ କେଇଦିନ ରହିପାରିବା ନାହିଁ ?… ତାହାପୁଣି ନିଜ ସୁରକ୍ଷା ପାଇଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top