ଦେଶ

ସେନା ଗୁଳିରେ ତଳେ ପଡ଼ିଲା ପାକିସ୍ତାନୀ ଡ୍ରୋନ୍‌, ବିସ୍ଫୋରକ ଜବତ

ଶ୍ରୀନଗର: ଧରାପଡ଼ିଲା ପାକିସ୍ତାନର ଗୁଇନ୍ଦାଗିରି । ବିସ୍ଫୋରକ ନେଇ କାଶ୍ମୀରର କାଠୁଆ ଆକାଶରେ ବୁଲୁଥିବା ପାକିସ୍ତାନୀ ଡ୍ରୋନକୁ ଖସାଇଲା ସୀମା ସୁରକ୍ଷା ବଳ । ଜାମ୍ମୁ ଓ କାଶ୍ମୀର ଅନ୍ତର୍ଜାତୀୟ ସୀମା କାଠୁଆ ଜିଲ୍ଲାରେ ଘଟିଛି ଏହି ଘଟଣା । ଡ୍ରୋନରେ ଅତ୍ୟାଧୁନିକ ରାଇଫଲ୍ ସହ ଗ୍ରେନେଡ୍ ଲାଗିଛି ।

ସେନା ପାଟ୍ରୋଲିଂ କରୁଥିବା ବେଳେ  କାଠୁଆ ଜିଲ୍ଲାର ରଥୁଆ ଗାଁ ନିକଟରେ ଦେଖିବା ପରେ ଗୁଳି କରି ଖସାଇ ଦେଇଥିଲେ । ପ୍ରଥମ ଥର ପାଇଁ ସେନା ଏଭଳି ଏକ ଡ୍ରୋନ ଖସାଇବାରେ ସକ୍ଷମ ହୋଇଛି । ଅତ୍ୟାଧୁନିକ ରାଇଫଲ୍ ସହ ଦୁଇଟି ମାଗାଜିନ୍, 60 ରାଉଣ୍ଡ ଗୁଳି, 7ଟି ଗ୍ରେନେଡ୍ ଜବତ ହୋଇଛି ।

ପ୍ରାଥମିକ ସୂଚନା ଅନୁସାରେ ଜଣେ ପାକିସ୍ତାନୀ ଏଜେଣ୍ଟ ପାଖକୁ ଏସବୁ ଗୁଳିଗୋଳା ଯାଉଥିଲା । ପାକିସ୍ତାନୀ ରେଞ୍ଜରଙ୍କ ଦ୍ବାରା ଏହି ଡ୍ରୋନ ନିୟନ୍ତ୍ରଣ କରାଯାଉଥିଲା ବୋଲି ଜଣାପଡିଛି । ଗଲୱାନ ଘାଟିରେ ଚୀନ ସେନା ଆକ୍ରମଣରେ 20 ଯବାନ ସହିଦ ହେବା ପରେ ସନ୍ଦେହଜନକ ଭାବେ ଏଭଳି ଏକ ଡ୍ରୋନ ଜବତ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top