X
Breaking News
ଖେଳ

ପାକିସ୍ତାନୀ ରିପୋର୍ଟରଙ୍କ ପ୍ରଶ୍ନର କିଛି ଏଭଳି ଉତ୍ତର ଦେଲେ ରୋହିତ…

rohit sharma

ନୂଆଦିଲ୍ଲୀ: ବିଶ୍ୱକପ୍‌ କ୍ରିକେଟ୍ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି ପାକ୍ । ତେବେ ଏହି ବିଶାଳ ବିଜୟର ସମ୍ପୂର୍ଣ୍ଣ ଶ୍ରେୟ ଟିମ୍ ଇଣ୍ଡିଆକୁ ଯାଉଥିବା ବେଳେ ନିଶ୍ଚିତ ଭାବେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଭାବେ ମ୍ୟାଚ୍‌ର ହିରୋ ସାଜିଲେ ରୋହିତ ଶର୍ମା । 113ଟି ବଲରେ 140 ରନ୍ କରି ରୋହିତ୍ ଟିମ୍ ଇଣ୍ଡିଆ ପାକ୍‌କୁ ହରାଇବା ଦିଗରେ ସବୁଠାରୁ ଅଧିକ ସହାୟକ ହୋଇଥିଲେ ।

ତେବେ ଏହି ମ୍ୟାଚ୍ ପୂର୍ବରୁ ବିଜ୍ଞାପନ ଜରିଆରେ ମଧ୍ୟ ଇଣ୍ଡିଆ-ପାକ୍ ଯୁୁଦ୍ଧ ଦେଖିବାକୁ ମିଳିଥିଲା । ଏବେ ମ୍ୟାଚ୍‌ରେ ବିଜୟୀ ହେବା ପରେ ମଧ୍ୟ ପାକ୍ ସାମ୍ୱାଦିକଙ୍କୁ ମଜାକିଆ ଉତ୍ତର ଦେଇଛି ଟିମ୍ ଇଣ୍ଡିଆ ।

ପ୍ରକୃତରେ ଭାରତ ବିଜୟ ଲାଭ କରି ସାରିବା ପରେ ଟିମ୍‌ ଇଣ୍ଡିଆର ମ୍ୟାନ୍‌ ଅଫ୍ ଦ ମ୍ୟାଚ୍‌ ରୋହିତ ଶର୍ମାଙ୍କୁ ଜଣେ ପାକିସ୍ତାନୀ ରିପୋର୍ଟର ପଚାରିଥିବା ଏକ ପ୍ରଶ୍ନର ମଜାକିଆ ଉତ୍ତର ଦେଇଛନ୍ତି ରୋହିତ । ପାକିସ୍ତାନୀ ରିପୋର୍ଟର ଜଣକ ପଚାରିଥିଲେ କି ‘ପାକିସ୍ତାନୀ ବ୍ୟାଟ୍‌ସମ୍ୟାନଙ୍କୁ ଆପଣ କି ଉପଦେଶ ଦେବେ?’

ତେବେ ରିପୋର୍ଟରଙ୍କର ଏଭଳି ପ୍ରଶ୍ନରେ ସ୍ମିତହାସ ଦେଇ ରୋହିତ କହିଛନ୍ତି, ‘ଏବେ କେମିତି କହିପାରିବି । ଯଦି ମୁଁ ପାକିସ୍ତାନ ଟିମ୍‌ର କୋଚ୍‌ ହେବି ଯାଇ ସେବେ ହିଁ କହିପାରିବି ।’

ରୋହିତ କରିଥିବା ସମସ୍ତ ଶତକ ଭିତରୁ ଏଥରର ଶତକକୁ କେଉଁ ର‍୍ୟାଙ୍କ୍‌ ଦେବେ ବୋଲି ଏକ ପ୍ରଶ୍ନ ଉତ୍ତର ଦେଇ ସେ କହନ୍ତି କି ଦେଶ ପାଇଁ ଖେଳିବା ବେଳେ ନିଜ ଦକ୍ଷତାକୁ ର‍୍ୟାଙ୍କ୍‌ ଦେବା ଏକ କଷ୍ଟକର କାମ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top