ଅପରାଧ

ପାଲଘର ସାଧୁ ହତ୍ୟା ମାମଲାରେ 3 ପୋଲିସ କର୍ମଚାରୀଙ୍କୁ ବରଖାସ୍ତ, 2 ଜଣ ସାଧୁଙ୍କୁ ହତ୍ୟା ନେଇ ହୋଇଥିଲା ଅଭିଯୋଗ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପାଲଗରରେ ଦୁଇ ଜଣ ସାଧୁଙ୍କ ସମେତ ତିନି ଜଣଙ୍କୁ ମାଡ ମାରିବା ଏବଂ ହତ୍ୟା କରିଥିବା ଘଟଣାରେ ତିନିଜଣ ପୋଲିସ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି। ଏଥିରେ ଏପ୍ରିଲ 16  ଘଟଣା ଦିନ ପାଳଘର ପୋଲିସ ଥାନାର ଭାରପ୍ରାପ୍ତ ଅଧିକାରୀ ମଧ୍ୟ ଅଛନ୍ତି।  ରବିବାର ଦିନ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏ ନେଇ ସୂଚନା ଦେଇଥିଲେ।  ପୋଲିସ ଅଧିକାରୀ କହିଛନ୍ତି ଯେ ଘଟଣା ପରେ ଏହି ତିନି ଜଣ ପୋଲିସ  କର୍ମଚାରୀଙ୍କ ସହ 5 ଜଣ ନିଲମ୍ବିତ ହୋଇଥିଲେ।  16 ଏପ୍ରିଲ 2020 ରେ, ପାଲଗଡର ଗାଡଚିଞ୍ଚଲେ ଗ୍ରାମରେ ଦୁଇଜଣ ସାଧୁ ଏବଂ ସେମାନଙ୍କ ଡ୍ରାଇଭରଙ୍କୁ ଶିଶୁ ଚୋର ସନ୍ଦେହରେ ଆକ୍ରମଣ କରାଯାଇଥିଲା।

ଏହି ମାମଲାରେ ତିନୋଟି ଚାର୍ଜସିଟ୍ ଦାଖଲ କରାଯାଇଛି।  ଏହି ଘଟଣା ରେ ସରକାରଙ୍କ ଉପରେ ଚାପ ହେବାରୁ ସେତେବେଳେ ରାଜ୍ୟ ସରକାର  5 ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ।  ଏହା ସହ ମାମଲାରେ 35 ରୁ ଅଧିକ ପୋଲିସ କନଷ୍ଟେବଳ ଏବଂ ଅନ୍ୟ ପଦବୀର କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଇଥିଲା। ମମାଲରେ ପୋଲିସ 155 ଜଣଙ୍କୁ ଗିରଫ କରିବା ସହ 11 ଜଣ ନାବାଳକ ଙ୍କୁ ହେପାଜତ ରେ ନେଇଥିଲା। ଏହି ମାମଲାର ତଦନ୍ତ ମହାରାଷ୍ଟ୍ର ସିଆଇଡିକୁ ହସ୍ତାନ୍ତର କରାଯାଇଛି ଯାହା କୋର୍ଟରେ ତିନୋଟି ଚାର୍ଜସିଟ ଦାଖଲ କରିଛନ୍ତି। ସୁପ୍ରିମକୋର୍ଟ ରେ ମଧ୍ୟ ରାଜ୍ୟ ସରକାର ମାମଲା ସଂକ୍ରାନ୍ତ ରେ ରିପୋର୍ଟ ଦାଖଲ କରିଥିଲେ ।।

 

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top