ନ୍ୟୁଜ୍

ବଡକର୍ଲେ ଗାଁରୁ ବଜ୍ରକାପ୍ତା ଉଦ୍ଧାର, ତଦନ୍ତ ଜାରି

pangolin

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ବଡକର୍ଲେ ଗାଁରୁ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଗାଁର ହିମାଂସୁ ଭୋଇଙ୍କ ଘରେ ବଜ୍ରକାପ୍ତାଟି କିଛି ଦିନ ହେବ ରହିଥିବାବେଳେ ଘର ଲୋକ ବିରାଡି ଭାବିଥିଲେ । କିନ୍ତୁ ଅଚାନକ ବଜ୍ରକାପ୍ତାକୁ ଦେଖି ଭୟଭିତ ହୋଇଯାଇଥିଲେ । ପରେ ହିମାଂସୁ ବଜ୍ରକାପ୍ତାଟିକୁ ଧରିବାରେ ସକ୍ଷମ ହୋଇଥିଲେ । ବଜ୍ରକାପ୍ତାକୁ ଦେଖିବା ପାଇଁ ଗାଁରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଗ୍ରାମବାସୀ ବନବିଭାଗକୁ ଖବରଦେଇଥିବାବେଳେ ବନ କର୍ମଚାରୀ ବଜ୍ରକାପ୍ତାକୁ ଉଦ୍ଧାର କରିଛନ୍ତି । ତେବେ ଏହା କେବେ ଓ କେଉଁଠୁ ଆସିଲା ତାହା ସ୍ପଷ୍ଟ ହୋଇପାରିନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top