X
Breaking News
ମନୋରଞ୍ଜନ

ମହିଳାଙ୍କୁ ଏ କି ସମ୍ମାନ ? କହ୍ନେୟା ପୋଷ୍ଟରକୁ ନେଇ ବିବାଦ

papu

ଭୁବନେଶ୍ୱର: ଓଲିଉଡ ଜଗତର ଜଣେ ପ୍ରତିଷ୍ଠିତ କମେଡିଆନ ଭାବେ ଉଭା ହୋଇଥିଲେ ପପୁ ପମ୍‌ ପମ୍‌ । ପୁଣି ଫିଲ୍ମର ହିରୋ ହୋଇ ମଧ୍ୟ ଢ଼େର ସଫଳତା ସାଉଁଟିଲେ । ଏତିକିରେ ଅଟକି ନଥିଲେ ପପୁ । ପରେପରେ ରାଜନୀତି ମୈଦାନରେ ପାଦ ଥାପିଲେ କିନ୍ତୁ ସଫଳତା ମିଳିନଥିଲା ।

ପୁଣି ଥରେ ଫିଲ୍ମ ଜଗତକୁ ଫେରିଥିଲେ ସତ କିନ୍ତୁ ଏଥର ତାଙ୍କର କଳାକାରନାମା ପଦାକୁ ଆସିଥିଲା । କାଷ୍ଟିଂ କାଉଚ୍‌ ଭଳି ସଙ୍ଗୀନ ଅଭିଯୋଗରେ ଛନ୍ଦି ହୋଇଗଲେ ପପୁ । ପରେପରେ ଏକ ବଡ଼ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରି ପୁଣି ଫ୍ୟାନମାନଙ୍କ ପାଇଁ ଫେରି ଆସିଥିଲେ ।

କିନ୍ତୁ ପୁଣିଥରେ ପପୁ ପମ ପମ ବିବାଦ ଘେରକୁ ଆସିଛନ୍ତି । ପପୁଙ୍କ ଅପକମିଂ ଫିଲ୍ମ ମିଷ୍ଟର କହ୍ନେୟାର ଏକ ପୋଷ୍ଟରକୁ ନେଇ ବିବାଦ ଉପୁଜିଛି । ଯେଉଁଥିରେ ପପୁ 7 ଜଣ ଝିଅଙ୍କ ବେକରେ ରଶି ଲଗାଇ ଧରିଥିବା ଦେଖିବାକୁ ମିଳିଛନ୍ତି । ତେବେ ଏଭଳି ପୋଷ୍ଟରକୁ ନେଇ ସୋସିଆଲ ମିଡିଆରେ ପପୁଙ୍କୁ ଜୋରଦାର ସମାଲୋଚନା କରାଯାଉଛି ।

ସେପଟେ ବହୁ ସାମାଜିକ କର୍ମୀ ଏହା ଏକ ସମାଜ ବିରୋଧୀ କାର୍ଯ୍ୟ ବୋଲି ମଧ୍ୟ କହିଛନ୍ତି । ଖୁବଶୀଘ୍ର ପବ୍ଲିସିଟି ପାଇବା ପାଇଁ ଅଭିନେତା ଏବଂ ନିର୍ଦ୍ଦେଶକ ଏପରି କରିଛନ୍ତି ବୋଲି ମଧ୍ୟ ସାଧାରଣରେ ମତ ପ୍ରକାଶ ପାଇଛି ।

ତେବେ ଏଭଳି ସମାଲୋଚନା ସୋସିଆଲ ମିଡିଆରେ ଆରମ୍ଭ ହୋଇଥିଲେ ହେଁ ଅଭିନେତା ପପୁ ପମ୍‌ ପମ୍‌ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top