ଦେଶ

ସଂସଦ କ୍ୟାଣ୍ଟିନ୍‌ରେ ଆଉ ମିଳିବନି ଶସ୍ତା ଖାଇବା

PArliament

ନୂଆଦିଲ୍ଲୀ: ଏବେ ଆଉ ସଂସଦରେ ମିଳିବନି ଶସ୍ତା ଖାଇବା । ଏଥର କ୍ୟାଣ୍ଟିନ୍‌ରେ ସାଂସଦମାନେ ଖାଇଲେ ପଇସା ଦବାକୁ ପଡିବ । ତେବେ ଏହି ପ୍ରସ୍ତାବ ଉପରେ ସବୁ ଦଳ ସହମତି ପ୍ରକାଶ କରିଛନ୍ତି । ଖାଇବା ପାଇଁ ପଇସା ଦେବାର କାରଣ କ୍ୟାଣ୍ଟିନ୍‌ରେ ସାଂସଦଙ୍କୁ ମିଳୁଥିବା ସବ୍‌ସିଡି ବହୁ ଶିଘ୍ର ଶେଷ ହେବାକୁ ଯାଉଛି । ସଂସଦରେ  ସାଂସଦମାନଙ୍କୁ ଖାଇବାରେ  ଯେଉଁ ରିହାତି ମିଳୁଥିଲା ତାହା ଆଉ ମିଳିବ ନାହିଁ ।

ଏଥିପାଇଁ ସାଂସଦମାନଙ୍କୁ ଏବେ ଖାଇବାର ସଠିକ୍‌ ମୂଲ୍ୟ ଦେବାକୁ ପଡିବ । ଲୋକସଭାର ସ୍ପିକର ଓମ ବିଡଲାଙ୍କ ପ୍ରସ୍ଥାବ ପରେ ଏହା ଉପରେ ଆଲୋଚନା କରିଥିଲେ ବିଜନେସ ଆଡଭାଇଜରୀ କମିଟି । ସମସ୍ତ ଦଳ ଏହି  ପ୍ରସ୍ତାବ ଉପରେ ସହମତି ପ୍ରକାଶ କରିଛନ୍ତି । କ୍ୟାଣ୍ଟିନରୁ  ସବସିଡି ହଟାଇ ଦିଆଗଲେ ଏଥିରୁ ବର୍ଷକୁ 17 କୋଟି ଟଙ୍କା ସେଭିଂ କରିହେବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top