ଦେଶ

ଆଜି ଅଧିବେଶନର ଦ୍ୱିତୀୟ ଦିନରେ ପ୍ରଥମେ ରାଜ୍ୟସଭା ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ:  କରୋନା ମହାମାରୀ ମଧ୍ୟରେ  ସୋମବାର ଦିନ 18 ଦିନିଆ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା। ଆଜି ଅଧିବେଶନର ଦ୍ୱିତୀୟ ଦିନରେ ପ୍ରଥମେ ରାଜ୍ୟସଭା ବସିଛି। ଉପର ଗୃହର ପ୍ରକ୍ରିୟା ସକାଳ 9 ଟାରୁ ଅପରାହ୍ନ 1 ଟା ପର୍ଯ୍ୟନ୍ତ ଚାଲିବ ଏବଂ ଲୋକସଭା ଅପରାହ୍ନ 3 ଟାରୁ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଚାଲିବ। ଆଜି ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତ-ଚୀନ୍ ସୀମାରେ ଥିବା ବିବାଦ ସମ୍ପର୍କରେ ଏକ ବିବୃତ୍ତି ଦେବେ। ଏଥି ସହିତ ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରି ରହିବାକୁ ପ୍ରସ୍ତୁତ ଅଛନ୍ତି। ଏହି କାରଣରୁ ଆଜି ସଂସଦରେ ଆଲୋଡ଼ନ ହେବାର ସମ୍ଭାବନା ରହିଛି।

 

 

 

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top