ଦେଶ

“ନା ଦୟାକରି, ମୋତେ ଯିବାକୁ ଦିଅ!” ବାରମ୍ବାର କହୁଥିଲା ଶୁଆ… ଏବେ କୋର୍ଟରେ ସାକ୍ଷୀ ଦେବ ଶୁଆ

ଅର୍ଗସ ବ୍ୟୁରୋ : ଏକ ବଳାତ୍କାର ଏବଂ ହତ୍ୟା ଘଟଣାରେ ସାକ୍ଷୀ ଦେବ ଶୁଆ। ଡିସେମ୍ବର 2018ରେ ଆର୍ଜେଣ୍ଟିନାର ସାନ ଫର୍ନାଣ୍ଡୋରେ ଜଣେ 46 ବର୍ଷୀୟା ମହିଳାଙ୍କୁ ବଳାତ୍କାର କରି ପରେ ହତ୍ୟା କରାଯାଇଥିଲା। ଖବର ପାଇ ପୋଲିସ ଆପାର୍ଟମେଣ୍ଟ ଭିତରେ ପହଁଞ୍ଚିବା ପରେ ଉକ୍ତ ମହିଳାଙ୍କ ମୃତଦେହଟି ଏକ ଚଟାଣରେ ପଡିରହିଥିଲା। ମୃତଦେହ ନିକଟରେ ଏକ ପଞ୍ଜୁରୀରେ ଥିବା ଶୁଆ ବାରମ୍ବାର କହୁଥିବା ଯେ, “ନା , ଦୟାକରି , ମୋତେ ଯିବାକୁ ଦିଅ!”। ଏହି ଘଟଣାରେ ପୋଲିସ ଅନୁମାନ କରୁଛି ଯେ, ଏହି ଶୁଆଟି ତାର ମାଲିକଙ୍କୁ ହତ୍ୟା କରିବା ବେଳେ ମାଲିକ କହିଥିବା ଶେଷ ଶବ୍ଦ ଗୁଡ଼ିକୁ ଶୁଣିଛି।

ଶୁଆର ଏଭଳି କଥା ଶୁଣି ଘଟଣାର ତଦନ୍ତ କରୁଥିବା ଅଧିକାରୀମାନେ ଜାଣିବାକୁ ପାଇଲେ ଯେତେବେଳେ ଏହି ମହିଳାଙ୍କୁ ହତ୍ୟା କରାଯାଉଥିଲା ସେତେବେଳେ ମହିଳା ଜଣଙ୍କ ଏହି କଥାଟି ବାରମ୍ୱାର ଅଭିଯୁକ୍ତଙ୍କ ଆଗରେ କହିଛନ୍ତି। ଯାହାଫଳରେ ଶୁଆଟି ତା ମାଲିକାଣୀଙ୍କ ଶେଷ କଥାଟିକୁ ଶୁଣି ସେହି ସମାନ କଥା ଦୋହରାଉଛି । ସେପଟେ ଏହି ବଳାତ୍କାର ଏବଂ ହତ୍ୟା ଘଟଣାରେ ତଦନ୍ତ କରି ପୋଲିସ ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଏବଂ ଏହି ଘଟଣାରେ ସେମାନଙ୍କ ସମ୍ପୃକ୍ତି ରହିଥିବା ନେଇ ପୋଲିସକୁ ଆହୁରି କିଛି ପ୍ରମାଣ ମିଳିଛି । ହେଲେ ତଥାପି ପୋଲିସ କୋର୍ଟରେ ଶୁଣାଣି ସମୟରେ ଏହି ଶୁଆଟିକୁ ସାକ୍ଷୀ ଭାବରେ କୋର୍ଟ ଆଗରେ ପ୍ରସ୍ତୁତ କରିବେ ବୋଲି ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top