ଅପରାଧ

ଚଳନ୍ତା କାରରେ ପତ୍ନୀ-ଶାଳିଙ୍କୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କଲେ ଯବାନ

murder

ପାଟଣା: ବିହାରର ପାଟଣାରେ ଟ୍ରିପଲ ମର୍ଡର । ଜଣେ ଆର୍ମୀର ଯବାନ  ଚଳନ୍ତା କାରରେ  ନିଜ ଲାଇସେନ୍ସ ପ୍ରାପ୍ତ ପିସ୍ତଲରେ  ସ୍ତ୍ରୀ ଓ ଶାଳିଙ୍କୁ ଗୁଳି ମାରି ହତ୍ୟା କରିବା ପରେ  ନିଜେ ଆତ୍ମହତ୍ୟା କରିଛି । ତେବେ ଯେଉଁ କାର୍‌ରେ ଏହି ଘଟଣା ଘଟିଛି ତାହା ଏକ ଭଡା କାର ଥିଲା । ଡ୍ରାଇଭର ଗୁଳି ଶଦ୍ଦ ଣୁଣି  କାର୍‌ରୁ କୌଶଳକ୍ରମେ ଦୁଇ ପିଲାଙ୍କୁ ବଞ୍ଚାଇ ଆଣିଥିଲେ । ଘଟଣାସ୍ଥଳରେ ସେନାର ଯବାନ ବିଷ୍ଣୁ ଠାକୁର, ସ୍ତ୍ରୀ ଦାମିନୀ ଓ ଶାଳି ଡିମ୍ଫଲ (ଖୁସବୁ)ଙ୍କ ମୃତ ଘଟିଛି ।

ପୋଲିସ୍‌ର ସୂଚନାମୁତାବକ, ସେନାର ଯବାନ ବିଷ୍ଣୁ ଶର୍ମା (33) ଭୋଜପୁର ଜିଲ୍ଲାର ଗଡହନୀ ଥାନାର ଲାଲଗଞ୍ଜ ଗାଁର ବାସିନ୍ଦା । ସେ ପାଟଣାକୁ ଡେଙ୍ଗୁ ଚିକିତ୍ସା ପାଇଁ ଯାଉଥିଲେ । ଯବାନ ଡେଙ୍ଗୁରେ ପିଡିତ ଥିଲେ । ଏକ ମାସ ଧରି  ତାଙ୍କର ଚିକିତ୍ସା ଚାଲିଥିଲା । 22 ନଭେମ୍ବରରେ ଥିବା ଶାଳି ବିବାହରେ ସାମିଲ ହେବା ପାଇଁ ଛୁଟି ନେଇ ଆସିଥିଲେ ଯବାନ ।  ଶାଳିର ବିବାହ 23 ରେ ହୋଇଥିଲା । ସେ ଶଶୁରଘର ତରାରୀ ଗାଁରୁ ପାଟଣାକୁ ଡେଙ୍ଗୁର ଚିକିତ୍ସା ପାଇଁ ଯାଉଥିଲେ । ମୃତକ ଆର୍ମୀ ଯବାନ ଗୁଜୁରାଟର ଭୁଜରେ ପୋଷ୍ଟିଂ ହୋଇଥିଲେ ।

ପରିବାର ଲୋକଙ୍କ କହିବାନୁଯାୟୀ ବିଷ୍ଣୁ ଡେଙ୍ଗୁରେ ପିଡିତ ହେବା ଯୋଗୁ ବହୁତ ଚିଡିଚିଡା ହୋଇଯାଇଥିଲେ ଆଉ ବହୁ ଶିଘ୍ର ମଧ୍ୟ ରାଗି ଯାଉଥିଲେ । କାର ଡ୍ରାଇଭର ମିଥଳେଶ ଠାକୁରଙ୍କ କହିବାନୁଯାୟୀ, ଗାଡିରେ ପରସ୍ପରଙ୍କ ମଧ୍ୟରେ କୌଣସି ଯୁକ୍ତିତର୍କ ହୋଇନଥିଲା ସବୁକିଛି ଠିକ୍‌ ଥିଲା । ଶାଳି, ସ୍ତ୍ରୀ ଓ  ବିଷ୍ଣୁ ପଛସିଟ୍‌ରେ ବସିଥିଲେ । ଦୁଇ ପିଲା ଆଗ ସିଟ୍‌ରେ ବସିଥିଲେ । ଗୁଳି ଶଦ୍ଧ ଶୁଣି ସେ ଗାଡି ରଖି ଦେଇଥିଲେ । ଆଉ ବିଷ୍ଣୁଙ୍କ ଠାରୁ ବନ୍ଧୁକ ଛଡାଇବା ପାଇଁ ଚେଷ୍ଟା ମଧ୍ୟ କରିଥିଲେ । ହେଲେ ଯବାନ ତାଙ୍କୁ ମଧ୍ୟ ଗୁଳିମାରିବାର ଧମକ ଦେଇଥିଲେ । ଏହାପରେ ସେ ଦୁଇ ପିଲାଙ୍କୁ ଗାଡିରୁ ବାହାର କରି ନେଇଆସିଥିଲେ ।  ତାଙ୍କ କହିବାନୁଯାୟୀ ସେହି ସମୟରେ 4ଟି ଗୁଳି ଚାଲିଥିଲା । ଗୁଳି ଶଦ୍ଧ ଶୁଣି ଆଖପାଖ କ୍ଷେତରେ କାମ କରୁଥିବା ଲୋକମାନେ ଜମା ହୋଇଯାଇଥିଲେ । ସେତେବେଳକୁ ତିନି ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ଏହା ପରେ ଲୋକମାନେ ଘଟଣାର ଖବର  ପୋଲିସ୍‌କୁ  ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top