ଦେଶ

ତିନି ଦିନ ବନ୍ୟା ଘେରରେ ମୋଦି, ଉଦ୍ଧାର କଲା ଏନଡିଆରଏଫ୍‌

bihar flood

ବିହାର: ବିହାରରେ ଗତ 4 ଦିନ ହେବ ବର୍ଷାର ତାଣ୍ଡବ ଜାରି ରହିଛି । ଯାହାଦ୍ୱାରା ଭୟାବହ ପରିସ୍ଥିତି ମଧ୍ୟ ଉପୁଜିଛି । ତେବେ ବର୍ତ୍ତମାନ ସୁଦ୍ଧା 29 ଲୋକଙ୍କର ମୃତ୍ୟୁ  ହୋଇସାରିଥିବା ବେଳେ ବହୁ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ପାଟଣାର କିଛି ଅଞ୍ଚଳକୁ ଛାଡି ଦେଲେ ପ୍ରାୟତଃ ରାଜଧାନୀ ପୁରା ଜଳମଗ୍ନ ହୋଇପଡିଛି । ପ୍ରଦେଶରେ 14 ଟି ଜିଲ୍ଲାରେ ରେଡ୍‌ ଆର୍ଲଟ ଜାରି କରାଯାଇଛି । ପାଟଣାରେ  ସାଧାରଣ ଜନତାଙ୍କ ଅବସ୍ଥା ବେହାଲ ଥିବାବେଳେ ନେତା ମନ୍ତ୍ରୀ ମଧ୍ୟ ଏହି ପ୍ରକୃତିର କୋପରୁ ବାଦ୍‌ ପଡି ନାହାଁନ୍ତି ।

ମନ୍ତ୍ରୀ ପ୍ରେମ୍‌ କୁମାର, ସାଂସଦ ରାଜୀବ ପ୍ରତାପ ରୁଡୀଙ୍କ ସମେତ କିଛି ନେତାଙ୍କ ବାସଭବନରେ ପାଣି ପସିଯାଇଛି । ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ତିନି ଦିନ  ପର୍ଯ୍ୟନ୍ତ ନିଜ  ବାସଭବନରେ ଫସି କରି ଥିଲେ । ଆଜି  ଅପରାହ୍ନରେ ତାଙ୍କୁ ରେସ୍କ୍ୟୁ ଅପରେସନ୍‌ କରାଯାଇ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top