ଜୀବନ ମନ୍ତ୍ର

ଅଭିଭାବକଙ୍କ ଆକାଉଣ୍ଟକୁ ଯିବ ୯୦ ଦିନର ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ

School

ଭୁବନେଶ୍ୱର: ପିଲାଙ୍କ ଖାତାକୁ ଯିବ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ । ମାର୍ଚ୍ଚ ୧୬ରୁ ଜୁନ୍ ୧୩ ଯାଏ ୯୦ ଦିନର ରୋଷେଇ ବାବଦକୁ ଖର୍ଚ୍ଚ ପିଲାଙ୍କ ଅଭିଭାବକଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଯିବ । ପ୍ରାଥମିକ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୪୭୯.୯୬ ଟଙ୍କା ଓ ଉଚ୍ଚ ପ୍ରାଥମିକ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଖାତାକୁ ଯିବ ୭୧୭.୧୬ ଟଙ୍କା ପଠାଯିବ । ତେବେ ଏନେଇ  ପ୍ରାଥମିକ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୪୭୯.୯୬ ଟଙ୍କା ଓ ଉଚ୍ଚ ପ୍ରାଥମିକ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଖାତାକୁ ଯିବ ୭୧୭.୧୬ ଟଙ୍କା । ଏନେଇ ମଧ୍ୟାହ୍ନ ଭୋଜନ ଯୋଜନାର ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ଏହାସହ ବ୍ଲକ ଶିକ୍ଷା ଅଧିକାରୀ ମାନେ ସ୍କୁଲ୍ ତାଲିକା ଏବଂ ଅଭିଭାବକଙ୍କ ବ୍ୟାଙ୍କ୍ ଆକାଉଣ୍ଟ ସହ ଆଇଏଫସି କୋଡ୍‌ ତାଲିକା ପ୍ରସ୍ତୁତ କରିବେ । ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ସ୍କୁଲ୍ ଆକାଉଣ୍ଟକୁ ରୋଷେଇ ବାବଦକୁ ଖର୍ଚ୍ଚ ତୁରନ୍ତ ପଠାଇବା ଲାଗି ନିର୍ଦ୍ଦେଶ ରହିଛି ।

ଯେଉଁ ଅଭିଭାବକ ମାନଙ୍କର ବ୍ୟାଙ୍କ୍ ଆକାଉଣ୍ଟ ନଥିବ ସେମାନଙ୍କୁ ସ୍କୁଲରେ ଧାର୍ଯ୍ୟ ରାଶି ପଇଠ କରିବାକୁ କୁହାଯାଇଛି । ଏହି ସମୟରେ କରୋନା ଗାଇଡ ଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ମାର୍ଚ୍ଚ ୧୬ ରୁ ଜୁନ୍ ୧୩ ଯାଏ ୯୦ ଦିନର ରାସନ୍ ସାମଗ୍ରୀ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top