ନ୍ୟୁଜ୍

ପିଡ଼ିଏସ ଚାଉଳ ଚୋରା ଚାଲାଣ ବେଳେ ଧରାପଡ଼ିଲା ଗାଡ଼ି

PDS rice

କେଉଁଝର : ପିଡ଼ିଏସ ଚାଉଳ ଚୋରା ଚାଲାଣ ବେଳେ ଗାଡିକୁ ଅଟକ ରଖି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ। କେଉଁଝର ହାଟଡ଼ିହି ବ୍ଲକ ପଞ୍ଚଗୋଛିଆ ପଞ୍ଚାୟତରେ ହିତାଧିକାରୀଙ୍କୁ ବିତରଣ ପାଇଁ ଆସିଥିବା ପିଡ଼ିଏସ ଚାଉଳକୁ ହଡପ କରି ଚୋରା ଚାଲାଣ କରାଯାଉଥିଲା । ଏହିସମୟରେ ଗାଡିକୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ।

ଚୋରା ଚାଲାଣରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସମ୍ପର୍କୀୟଙ୍କ ସମ୍ପୃକ୍ତି ଥିବା ମଧ୍ୟ ଅଭିଯୋଗ ହୋଇଛି। ଅଟକ ପିକଅପ ଭ୍ୟାନରେ ୧୫ କ୍ୱିଣ୍ଟାଲରୁ ଅଧିକ ଚାଉଳ ଥିବା ଜଣା ପଡ଼ିଛି। ଚାଉଳ ହଡ଼ପ ପରେ ସ୍ଥାନୀୟ ଅଞ୍ଚଳରେ ଗଛିତ ରଖାଯାଇଥିବା ଚାଉଳକୁ ପିକଅପ ଭ୍ୟାନ ଯୋଗେ  ଚାଲାଣ  କରାଇବାକୁ ଉଦ୍ୟମ ହୋଇଥିଲା । ଏହି ସମୟରେ ଗାଁ ଲୋକେ ଏକତ୍ରିତ ହୋଇ ଗାଡ଼ିକୁ  ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ସମ୍ପୃକ୍ତ ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top