X
Breaking News
ନ୍ୟୁଜ୍

ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ମଣିଷ, ଶବ ଉପରେ ପୂଜାର୍ଚ୍ଚନା ଅଭିଯୋଗ

witchcraft

ବଲାଙ୍ଗୀର: ବର୍ତ୍ତମାନ ଯୁଗରେ ମଧ୍ୟ ଗୁଣି ଗାରେଡିରେ ବିଶ୍ୱାସ ରହିଥିବା ଦେଖିବାକୁ ମିଳିଛି ଚିଟକା ମାଲ ଗ୍ରାମରେ । ଲରମ୍ଭା ଥାନା ଅନ୍ତର୍ଗତ ଚିଟକାମାଲ ଗ୍ରାମର ନାରାୟଣ ବରିହାଙ୍କ ଦେଢ଼ ବର୍ଷର ପୁଅ ଲକୀ  । ଗତ 2019 ଅଗଷ୍ଟ 21ରେ ହଟାତ ତାକୁ ଜ୍ୱର ହେବାରୁ ପାଟଣାଗଡ଼ ଡାକ୍ତରଖାନାକୁ ନେଉଥିବା ବେଳେ ବାଟରେ ତାର ମୃତ୍ୟ ହୋଇଥିଲା । ଏହାପରେ ତାକୁ ଘରକୁ ନେଇ ଆସିଥିଲେ ପରିବାର ଲୋକ ।

witchcraft

ମୃତ ଶିଶୁଟିକୁ ନାରାୟଣ ନିଜ ଜମି ମାଟିରେ ପୋତି ଦେଇଥିଲେ । ଦିର୍ଘ 1ମାସ ପରେ ଆଜି ନାରାୟଣ ଜମିକୁ କାମ କରିବାକୁ ଯାଇଥିବା ସମୟରେ ଦେଖିବାକୁ ପାଇଥିଲେ ଯେ, ପୁଅର କବରର ଗୋଟିଏ ସ୍ତର ଇଟା ଖୋଳି ତା ପାଖରେ କେହି ଜଣେ ଧୂପ, ଦୀପ, ସିନ୍ଦୁର, ହଳଦୀ ଦେଇ ପୂଜାର୍ଚ୍ଚନା କରିଛନ୍ତି । ଏହା ଦେଖି ଭୟଭୀତ ହେବା ପରେ ଖବର ପାଇ ଆଖପାଖ ଅଞ୍ଚଳର ଲୋକେ ସେଠାରେ ପହଞ୍ଚି ଘଟଣାକୁ ଦେଖି ଗୁଣିଗାରେଡି କରିଥିବା ସନ୍ଦେହ କରିଥିବା ଜଣାଯାଇଛି । ବର୍ତ୍ତମାନ ସୁଦ୍ଧା ଲରମ୍ଭା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top