ଟିଭି

ଟେଲି ଇଣ୍ଡଷ୍ଟ୍ରିରେ କରୋନା ଚିନ୍ତା, ଟେଲି ଅଭିନେତ୍ରୀ ମୋହନା କୁମାରୀ ଓ ତାଙ୍କ ପରିବାର ଲୋକଙ୍କ କରୋନା ପଜିଟିଭ

corona

ନୂଆଦିଲ୍ଲୀ:   ସମଗ୍ର ଦେଶରେ କରୋନା ଭାଇରସ୍ ରୋଗ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ପରିସ୍ଥିତିରେ ରବିବାର ରାତିରେ ସଙ୍ଗୀତଜ୍ଞ ୱାଜିଦ୍ ଖାନଙ୍କ ଦେହାନ୍ତ ହୋଇଥିବା ବେଳେ ଟେଲି ଅଭିନେତ୍ରୀ ମୋହନା କୁମାରୀ ଓ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ କରୋନା ପଜିଟିଭ୍ ଆସିଥିବା ଜଣାପଡିଛି । ମୋହନା କୁମାରୀଙ୍କ ପରିବାରର ୭ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ପରିବାର ସଦସ୍ୟଙ୍କ ବ୍ୟତୀତ ମୋହନାଙ୍କ ଘରେ କାର୍ଯ୍ୟ କରୁଥିବା ୧୭ ଜଣ କର୍ମଚାରୀଙ୍କ ରିପୋର୍ଟ ମଧ୍ୟ କରୋନାରେ ପଜିଟିଭ ଆସିଛି ।

ଶନିବାର ଦିନ ଅଭିନେତ୍ରୀ ମୋହନାଙ୍କ ଶାଶୁ ଅମୃତା ରାୱତଙ୍କ କରୋନା ରିପୋର୍ଟ ସକରାତ୍ମକ ହୋଇଥିଲା । ଏହା ପରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଘରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କ ପରୀକ୍ଷା କରିଥିଲେ । ତେବେ ପରିବାର ସଦସ୍ୟ ଏବଂ କର୍ମଚାରୀଙ୍କ ସମେତ ମୋଟ ୪୧ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା । ଯେଉଁଥିରେ ୨୨ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ବର୍ତ୍ତମାନ ସମସ୍ତଙ୍କୁ ଋଷିକେଶ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ସହ ମୋହନା କୁମାରୀ କହିଛନ୍ତି ଯେ,  ସେ କ୍ୱାରେଣ୍ଟାଇନର ସମସ୍ତ ନିୟମକୁ କଡାକଡି ପାଳନ କରୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top