ଜୀବନ ମନ୍ତ୍ର

ସେପ୍ଟେମ୍ବର ୩୦ରୁ ପିଜି ପାଇଁ ଏକକ ପ୍ରବେଶିକା ପରୀକ୍ଷା ଆରମ୍ଭ, ଜାଣନ୍ତୁ କେମିତି କରିବେ ଆବେଦନ..

Entrance

ଭୁବନେଶ୍ୱର: ପିଜିରେ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ ବୋଲି ସୂଚନା ମିଳିଛି । ସେପ୍ଟେମ୍ବର ୩୦ରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା କରାଯିବ । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ଏକକ ପ୍ରବେଶିକା ପରୀକ୍ଷା ହେବ ।

ଏନେଇ ଅଗଷ୍ଟ ୧୨ରୁ କମନ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ । www.samsodisha.gov.in  ୱେବସାଇଟରେ ଫର୍ମ ଉପଲବ୍ଧ ହେବ । ଆବେଦନର ଶେଷ ତାରିଖ ଅଗଷ୍ଟ ୩୧ ଯାଏଁ ରହିବ ବୋଲି ସୂଚନା ମିଳିଛି ।

ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ସେପ୍ଟେମ୍ବର ୨୦ରୁ ହଲ ଟିକେଟ ଉପଲବ୍ଧ ହେବ । ଏହାପରେ ଅକ୍ଟୋବର ୨୫ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ । ସେହିପରି ନଭେମ୍ବର ୨୦ ସୁଦ୍ଧା ନାମଲେଖା ପ୍ରକ୍ରିୟାକୁ ଶେଷ କରାଯିବ । ଡିସେମ୍ବର ୧ରୁ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top