ନ୍ୟୁଜ୍

ଆସନ୍ତା ୨୯ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା

utkal university

ଅର୍ଗସ ବ୍ୟୁରୋ : ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସମସ୍ତ ଡିଗ୍ରୀ କଲେଜଗୁଡିକର ଯୁକ୍ତ ୩ ପରୀକ୍ଷା ଆସନ୍ତା ୨୯ରୁ ଆରମ୍ଭ ହେବ। ଏଥରେ ୨୦୧୭ ଏବଂ ୧୬ରେ ରେଗୁଲାର ଏବଂ ଯେଉଁ ଛାତ୍ରଛାତ୍ରୀମାନଙ୍କର ବ୍ୟାକ ଥିବ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏହା ଅକ୍ଟୋବର ୩ ତାରିଖରେ ସରିବ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ଶରତ ଚନ୍ଦ୍ର ମାଝି ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ, ଓଏମଆର ସିଟରେ ଲିଖିତ ପରୀକ୍ଷା ହେବାକୁ ସ୍ଥିର ହୋଇଛି । ପରୀକ୍ଷାରେ ୪ଟି ବିକଳ୍ପ ଦିଆଯିବ। ୨ମାର୍କ ବିଶିଷ୍ଟ ଅବଜେକ୍ଟିଭ ପ୍ରଶ୍ନ ପଡିବ । ସେହିପରି ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତା ୨୨ରୁ ଆରମ୍ଭ ହୋଇ ୨୬ ତାରିଖରେ ଶେଷ ହେବ । ଭୁଲ ଉତ୍ତର ପାଇଁ କୌଣସି ନେଗେଟିଭ୍‌ ମାର୍କିଂ ନାହିଁ । ୨୭ ତାରିଖ ସୁଦ୍ଧା ଉତ୍କଳ ବିଶ୍ୱବିଦ୍ୟାଳୟ ୱେବସାଇଟ୍‌ରେ ମାର୍କ ଅପଲୋଡ୍‌ କରିବେ । ୨୭ ତାରିଖ ସୁଦ୍ଧା କଲେଜ ୱେବ ସାଇଟରେ ମାର୍କ ଅପଲୋଡ ହେବ । ପରୀକ୍ଷା ପୂର୍ବରୁ ହଲ ଗୁଡିକ ବିଶୋଧନ କରାଯିବ । ଯଦି କୌଣସି ତାଙ୍କ ପରୀକ୍ଷା କେନ୍ଦ୍ର ବଦଳାଇବାକୁ ଚାହାଁନ୍ତି ତେବେ ସେ କଲେଜରୁ ଅନୁମତି ନେଇ କେନ୍ଦ୍ର ବଦଳାଇ ପାରିବେ । ଯଦି କୌଣସି ଛାତ୍ର କିମ୍ବା ଛାତ୍ରୀଙ୍କ ଅନଲାଇନ୍‌ ସୁବିଧା ନଥିବ, ସେମାନେ କଲେଜକୁ ଆସି ପ୍ରାକ୍ଟିକାଲ୍‌ ପରୀକ୍ଷା ଦେଇପାରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top