ମନୋରଞ୍ଜନ

ବର୍ଷୀୟାନ ଅଭିନେତା ଋଷି କପୁରଙ୍କ ଦେହାନ୍ତ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବଲିଉଡର ବର୍ଷୀୟାନ ଅଭିନେତା ଋଷି କପୁରଙ୍କ ଦେହାନ୍ତରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଗତ କାଲି ବିଳମ୍ୱିତ ରାତିରେ ତାଙ୍କୁ ମୁମ୍ବାଇ ସାର ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ହେବାରୁ ହସ୍ପିଟାଲରେ ଭର୍ତି ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ତେବେ ଋଷି କପୁରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ରାଷ୍ଟ୍ରପତି ଟ୍ୱିଟ୍‌ କରି ଲେଖିଛନ୍ତି, ‘ଅସମୟରେ ଋଷି କପୁରଙ୍କ ନିଧନରେ ମୁଁ ମର୍ମାହତ । ତାଙ୍କର ଅସାଧାରଣ ବ୍ୟକ୍ତିତ୍ୱ ଓ ଉର୍ଜ୍ଜାର ଅଧିକାରୀ ଋଷିଙ୍କ ମୃତ୍ୟୁ ଖବର ବିଶ୍ୱାସ ହେଉନି । ଋଷି କପୁରଙ୍କ ନିଧନ ସିନେ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି । ତାଙ୍କ ପ୍ରଶଂସକ ଓ ପରିବାରକୁ ସମବେଦନା ଜଣାଉଛି ।’

ଅନ୍ୟପଟେ ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି, ‘ବହୁମୁଖି ପ୍ରତିଭା ସମ୍ପନ୍ନ, ପ୍ରିୟ ଓ ଜୀବନ୍ତ ଥିଲେ ଋଷି କପୁର । ପ୍ରତିଭାର ଶକ୍ତି କେନ୍ଦ୍ର ଥିଲେ ସେ । ସୋସିଆଲ ମିଡିଆରେ ଆଲୋଚନାକୁ ମୁଁ ମନେପକାଇବି । ସେ ଫିଲ୍ମ ଓ ଭାରତ ପ୍ରଗତି ପାଇଁ ଭାବୁକ ଥିଲେ । ତାଙ୍କର ନିଧରେ ମୁ ଅତ୍ୟନ୍ତ ଦୁଃଖି । ତାଙ୍କର ପରିବାର ଓ ପ୍ରଶଂସକଙ୍କୁ ସମବେଦନା ଜଣାଉଛି ।’

Click to comment

Leave a Reply

Your email address will not be published. Required fields are marked *

Most Popular

To Top