ଟିଭି

PM-CARES Fundକୁ ଅକ୍ଷୟ ଦେବେ ୨୫ କୋଟି

ନୂଆଦିଲ୍ଲୀ : ସାରା ବିଶ୍ଵରେ ତାଣ୍ଡବ ରଚିଛି କୋରୋନା। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକମାନେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। କୋରୋନା ମୁକାବିଲା ପାଇଁ ଦେଶକୁ ଆସନ୍ତା 14 ତାରିଖ ଯାଏଁ ଲକଡାଉନ କଟକଣା ଲାଗୁ କରାଯାଇଛି। ତେବେ କୋରୋନା ମୁକାବିଲା ପାଇଁ ବଲିଉଡ ଅଭିନେତା ଅକ୍ଷୟ କୁମାର 25 କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଵେ ବୋଲି ଘୋଷଣା କରିଛନ୍ତି।

ସେ ଟ୍ଵିଟ୍ କରି କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଲୋକମାନଙ୍କ ଜୀବନ ଆମ ପାଇଁ ପ୍ରାଥମିକତା। ଆମେ ଯାହା କରି ପାରିବା ସେସବୁ କାମ କରିବା ଉଚିତ୍। ମୁଁ 25 କୋଟି ଟଙ୍କା ପିଏମ୍ କେୟାରସ୍ ଫଣ୍ଡକୁ ଦାନ କରିବାକୁ ଘୋଷଣା କରୁଛି।
ତେବେ କୋରୋନା ମହାମାରୀ ପ୍ରତି ଲୋକମାନଙ୍କୁ ସଚେତନ କରାଇବାକୁ ଅକ୍ଷୟ ବହୁ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top