ଦେଶ

ପୂର୍ବତନ ବିଜେପି ସାଂସଦ ଡକ୍ଟର ନେପାଳ ସିଂଙ୍କ ଦେହାନ୍ତରେ ପିଏମ ମୋଦିଙ୍କ ଶୋକ

ନୂଆଦିଲ୍ଲୀ: ପୂର୍ବତନ ବିଜେପି ସାଂସଦ ଡକ୍ଟର ନେପାଳ  ସିଂଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି।  ଏ ନେଇ ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ଯେ ପୂର୍ବତନ ସାଂସଦଙ୍କ ଦେହାନ୍ତରେ ସେ ଗଭୀର ଭାବେ ଦୁଃଖିତ।

ତାଙ୍କର ବହୁ ସମାଜ ସେବା ପାଇଁ ଉଦ୍ୟମ ସବୁବେଳେ ସ୍ମରଣ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ତରପ୍ରଦେଶରେ ବିଜେପିକୁ ମଜବୁତ କରିବାରେ ଡ  ନେପାଳ ସିଂ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଉତ୍ତରପ୍ରଦେଶର ପୂର୍ବତନ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ତଥା ପୂର୍ବତନ ବିଜେପି ସାଂସଦ ଡକ୍ଟର ନେପାଳ ସିଂ ଙ୍କର ଗତକାଲି ମୋରାଦାବାଦରେ ହୃଦଘାତରେ ଦେହାନ୍ତ ହୋଇଛି। ସେ ଭାରତୀୟ ଜନତା ପାର୍ଟି ରୁ ଉତ୍ତରପ୍ରଦେଶର ରାମପୁର ଆସନରୁ ଲୋକସଭାର ସଦସ୍ୟ ଥିଲେ।

ସେ ବରେଲି-ମୋରାଦାବାଦ ଡିଭିଜନ୍ ସ୍ନାତକ ନିର୍ବାଚନମଣ୍ଡଳୀରୁ ରାଜ୍ୟ ବିଧାନ ପରିଷଦର ସଦସ୍ୟ ଭାବରେ ପାଞ୍ଚ ଥର ନିର୍ବାଚିତ ହୋଇଥିଲେ। ଏହି ବରିଷ୍ଠ ନେତାଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସମବେଦନା ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top