ଦେଶ

ହଷ୍ଟନରେ ପିଏମ୍‌ ମୋଦି, ଆଜି ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଦେବେ ଯୋଗ

modi

ହଷ୍ଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ଟେକ୍ସାସ୍‌ ରାଜ୍ୟର ହଷ୍ଟନ ସହରରେ ପହଞ୍ଚିଛନ୍ତି । ରବିବାର ଦିନ ହଷ୍ଟନରେ ମୋଦି  ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ  ସମାରୋହର ସମ୍ବଧିତ କରିବେ ।   ଏଥିରେ ୫୦ ହଜାରରୁ ଅଧିକ ଭାରତୀୟ ଆମେରିକୀୟ ସାମିଲ ହେବେ । ତେବେ  ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ମଧ୍ୟ ଯୋଗଦେବେ । ମୋଦୀ ଏବଂ ଟ୍ରମ୍ପ୍‌ ଗୋଟିଏ ମଂଚରେ ଉଦ୍‌ବୋଧନ ଦେବା ଭାରତ-ଆମେରିକା ସଂପର୍କରେ ଏକ ନୂଆ ଅଧ୍ୟାୟ ବୋଲି ହଷ୍ଟନ ମେୟର ସିଲ୍‌ଭେଷ୍ଟର ଟର୍ନର କହିଛନ୍ତି । ହଷ୍ଟନରେ ପହଞ୍ଚିବା ପରେ ମୋଦିଙ୍କୁ ସେଠାକାର ଭାରତୀୟ ସମୁଦାୟ ଭବ୍ୟ ସ୍ୱାଗତ ଜଣାଇଥିଲେ । ପିଏମ ମୋଦି ଯେଉଁ ହୋଟେଲରେ ରହିଛନ୍ତି ତାହାର ବାହାରେ ଭାରତୀୟ ସମୁଦାୟ ହାତରେ ତ୍ରୀରଙ୍ଗା ଧରି ମୋଦିଙ୍କୁ ସାକ୍ଷାତ କରିବା ପାଇଁ ପହଞ୍ଚିଥିଲେ ।

modi

‘ହାଓଡି ମୋଦୀ’ କାର୍ଯ୍ୟକ୍ରମ ପାଇଁ ଏପର୍ଯନ୍ତ 50 ହଜାର ଟିକଟ ବିକ୍ରି ସରିଲାଣି । ଏଥିସହିତ ବହୁ ଲୋକ ଓ୍ୱେଟିଂ ଲିଷ୍ଟରେ ରହିଛନ୍ତି । ତେବେ ଏହି କାର୍ଯ୍ୟକ୍ରମ ପାଖାପାଖି 3 ଘଣ୍ଟା ଧରି ଚାଲିବ । ଏହି ସମାରୋହରେ ପିଏମ୍‌ ମୋଦି ଭାରତୀୟ ମାଟିର  ଲୋକଙ୍କୁ ସମ୍ବୋଧିତ କରିବେ ।  ଟେକ୍ସାସ ରାଜ୍ୟର ସବୁଠାରୁ ବଡ ସହର ହଷ୍ଟନର ଏନଆରଜି ଷ୍ଟାଡିୟମରେ ଏହି ସମାରୋହର ଆୟୋଜନ କରାଯିବ ।   ରବିବାର ଶକାଳ 9 ଟାରେ ଆରମ୍ଭ ହେବ  ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ  ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top