ଦେଶ

ଏଣିକି ଚିକିତ୍ସା କରିବାକୁ ଯିବା ବେଳେ ଆପଣଙ୍କୁ ସାଙ୍ଗରେ ଧରି ଯିବାକୁ ପଡ଼ିବନି ପୁରୁଣା ରିପୋର୍ଟ- ବଡ଼ ଘୋଷଣା କରିପାରନ୍ତି ମୋଦି

narendramodi

ଅର୍ଗସ ବ୍ୟୁରୋ : ଏଣିକି ଚିକିତ୍ସା କରିବାକୁ ଯିବା ବେଳେ ଆପଣଙ୍କୁ ପୁରୁଣା ରିପୋର୍ଟ ସାଙ୍ଗରେ ଧରି ଯିବାକୁ ପଡ଼ିବ ନାହିଁ। ଏନେଇ ଏକ ବଡ଼ ଘୋଷଣା କରି ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ‘ୱାନ ନେଶନ ୱାନ ରାଶନ କାର୍ଡ’ ଲାଗୁ କରିବା ପରେ ଏବେ ପ୍ରଧାନମନ୍ତ୍ରୀ ‘ୱାନ ନେଶନ ୱାନ ହେଲଥ କାର୍ଡ’ ଲାଗୁ କରିପାରନ୍ତି। ସ୍ଵାଧିନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏନେଇ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଏହି ଯୋଜନା ଦେଶରେ ସମସ୍ତଙ୍କ ପାଇଁ ଗୋଟିଏ ଗୋଟିଏ ହେଲଥ କାର୍ଡ କରାଯିବ।

‘ୱାନ ନେଶନ ୱାନ ହେଲଥ କାର୍ଡ’ ଅଧିନରେ ସମସ୍ତ ଚିକିତ୍ସା ଏବଂ ଟେଷ୍ଟ ବିଷୟରେ ଉଲ୍ଲେଖ ରହିବ। ଏହା ସହ ସମ୍ବନ୍ଧିତ ସମସ୍ତ ସୂଚନା କାର୍ଡରେ ଡିଜିଟାଲ ଉପାୟରେ ସେଭ୍ କରି ରଖାଯିବ। ଯାହା ଫଳରେ ଆପଣ ଦେଶର ଯେଉଁ କୋଣରେ ବି ନିଜର ଚିକିତ୍ସା କରିବାକୁ ଯିବେ ଆପଣଙ୍କୁ ପୁରୁଣା ରିପୋର୍ଟ ସାଙ୍ଗରେ ଧରି ଯିବାକୁ ପଡ଼ିବ ନାହିଁ। ଡାକ୍ତର ନିଜେ ୟୁନିକ ଆଇଡି ଜରିଆରେ ମେଡିକାଲ ରିକର୍ଡ ନିଜେ ଦେଖି ପାରିବେ। ପ୍ରତ୍ୟେକ ନାଗରିକଙ୍କ ପାଇଁ ସିଙ୍ଗଲ ୟୁଜ ଆଇଡି ଜାରି କରାଯିବ। ୟୁନିକ ଆଇଡିରେ ଏହା ଲଗଇନ ହେବ। ଏଥିପାଇଁ କ୍ଲିନିକ, ଡାକ୍ତର ଏବଂ ହସ୍ପିଟାଲ ଏକ ସେଣ୍ଟ୍ରାଲ ସରଭରରେ ଲିଙ୍କ ହେବେ।

ଏହି ଯୋଜନାର ପ୍ରଥମ ପର୍ଯ୍ୟାୟ ପାଇଁ 500 କୋଟି ରଖାଯାଇଥିଲା। ହେଲଥ କାର୍ଡ ଆଧାର କାର୍ଡ ଆଧାରରେ ତିଆରି କରାଯିବ। ତେବେ ଏହା ବାଧ୍ୟତାମୂଳକ ହେବ ନାହିଁ। ଅର୍ଥାତ୍ ନାଗରିକ ସ୍ଵଇଚ୍ଛାରେ ଏହାକୁ ତିଆରି କରିପାରିବେ। ତେବେ ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ଗୋପନୀୟ ରଖାଯିବ।

ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ୱାନ ନେଶନ ୱାନ ରାଶନ କାର୍ଡ’ ଲାଗୁ କରିଥିଲେ। ଏହା ଆଧାରରେ ରାଶନ କାର୍ଡର ସୁବିଧା ଦେଶରେ କୌଣସି ବି କୋଣରେ ରହିଲେ ମିଳିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ପ୍ୟାକେଜ ଘୋଷଣା କରିବା ସମୟରେ ଏହି ବିଷୟରେ କହିଥିଲେ। ମୋଦି ସରକାରଙ୍କ ଏହି ଯୋଜନାରେ 67 କୋଟି ଲୋକଙ୍କୁ ସୁବିଧା ମିଳିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top