ଦେଶ

ପିଏମ୍‌ ମୋଦିଙ୍କ ଝିଆରି ପର୍ସ ଛଡାଇଥିବା ଦୁବୃର୍ତ୍ତଙ୍କ ଫଟୋ ସିସିଟିଭିରେ କଏଦ୍‌

modi

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ ଦମୟନ୍ତି ମୋଦିଙ୍କ ପର୍ସକୁ କିଛି ଦୁବୃର୍ତ୍ତ ଛଡେଇ ନେଇଥିବା ଘଟଣାରେ ଦୁବୃର୍ତ୍ତମାନେ ସିସିଟିଭିରେ ଆସିଲେ ନଜର ।  ଗତକାଲି ସିବିଲ୍‌ ଲାଇନ୍ସ ଥାନା  ଅଞ୍ଚଳରେ କିଛି ଯୁବକ ସ୍କୁଟିରେ ଆସି ଦମୟନ୍ତିଙ୍କ ହାତରୁ ପର୍ସ ଝାମ୍ପି ନେଇଥିଲେ ।  ଏହି  ସମୟର ପୁରା ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛି ।

ଏହି ସିସିଟିଭି ଫୁଟେଜ ପୋଲିସ୍‌ର ହାତରେ  ଲାଗିଛି  ।  ଦିଲ୍ଲୀ ପୋଲିସ୍‌ର ପ୍ରବକ୍ତା ଅନିଲ୍‌ ମିତଲ କହିଛନ୍ତି ଯେ, ଏହି ସିସିଟିଭି ଆଧାରରେ ଆମେ ଦୁବୃର୍ତ୍ତମାନଙ୍କୁ ଧରିବାରେ ସଫଳ ହେବୁ ।  ବର୍ତ୍ତମାନ ଲୁଟେରା ମାନଙ୍କର ତଲାସ ଚାଲିଛି ବୋଲି ପୋଲିସ୍‌ର ତରଫରୁ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top