ଦେଶ

ଜାମ୍ମୁ କାଶ୍ମୀରରେ ମୋଦି: ଯବାନଙ୍କ ସହ ପାଳିବେ ଦୀପାବଳୀ

modi

ଅର୍ଗସ ବ୍ୟୁରୋ: ଆଜି ପୁରା ଦେଶ ଦୀପାବଳୀ ପାଇଁ ଉତ୍ସବ ମୁଖର ହୋଇ ଉଠିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଇ ପହଞ୍ଚିଛନ୍ତି ଜାମ୍ମୁ କାଶ୍ମୀରର ଯବାନଙ୍କ ନିକଟରେ । ଜାମ୍ମୁ କାଶ୍ମୀରର ରାଜୋରୀର ବାଲାକୋଟ ସେକ୍ଟରରେ ମୁତୟନ ଥିବା ଯବାନଙ୍କ ପାଖେ ପହଞ୍ଚିଛନ୍ତି ମୋଦି । ମୋଦି ଆଜି ଯବାନଙ୍କ ସହ ଦୀପାବଳୀ ପାଳନ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯବାନଙ୍କ ସହ ସାକ୍ଷାତ କରି ତାଙ୍କୁ ଦୀପାବଳୀର ଶୁଭେତ୍ସା ଜଣାଇବା ସହ ସେମାନଙ୍କ ସହ ସମୟ ଅତିବାହିତ କରିବେ ।

ଏହା ପ୍ରଥମ ଥର ନୁହେଁ ଯେ ମୋଦି ଯବାନଙ୍କ ସହ ମିସି ଉତ୍ସବ ବନାଉଛନ୍ତି । ଏହା ପୂର୍ବରୁ ମଧ୍ୟ 2018ରେ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡରେ ଭାରତ ଓ ଚୀନ୍‌ ସୀମା ନିକଟରେ ବର୍ଫିଲ ଘାଟିରେ ସେନା ଓ ଆଇଟିବିପି ଯବାନଙ୍କ ସହ ଉତ୍ସବ ପାଳନ କରିଥିଲେ । 2014ରେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ଯବାନଙ୍କ ସହ ସିୟାଚିନରେ ଦୀପାବଳୀ ପାଳନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top