ଦେଶ

ନଭେମ୍ବର ଯାଏଁ 80 କୋଟି ଲୋକଙ୍କୁ ଦିଆଯିବ ମାଗଣା ରାସନ- ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି କରୋନାର ସବୁ ନିୟମ ପାଳନ କରିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ଏହି ସମୟରେ କହିଛନ୍ତି ଯେ, ଗ୍ରାମର ପ୍ରଧାନ ହେଉ କିମ୍ଵା ଦେଶର ପ୍ରଧାନ କୌଣସି ନିୟମ ଠାରୁ ଉପରେ ନୁହଁନ୍ତି। କରୋନା ବୈଶ୍ଵିକ ମହାମାରୀ ବିରୋଧରେ ଲଢୁ ଲଢୁ ଆମେ ଅନଲକ-2 ଦେଇ ଏବେ ଗତି କରୁଛେ। ଏହା ସହ ଆମେ ଥଣ୍ଡା, ଜ୍ଵର, କାଶ ଯେଉଁ ଋତୁରେ ହୁଏ ସେହି ଋତୁରେ ଆସି ପହଞ୍ଚିଲେଣି। ତେଣୁ ମୁଁ ସମସ୍ତଙ୍କୁ ଅପିଲ କରୁଛି ଯେ, ସମସ୍ତେ ନିଜ ନଜିର ଧ୍ୟାନ ନିଅନ୍ତୁ। ସାରା ବିଶ୍ଵରେ କରୋନା ସ୍ଥିତି ଦେଖିଲେ ଭାରତର ସ୍ଥାନ ଉତ୍ତମ ରହିଛି। ଉଚିତ୍ ସମୟରେ ନିଆଯାଇଥିବା ଲକଡାଉନ କଟକଣା କାମରେ ଆସିଛି।

ମୋଦି କହିଛନ୍ତି ଯେ, ପୂର୍ବରୁ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ଵ ପାଳନ କରିବା ହାତ ଧୋଇବା ଇତ୍ୟାଦି କ୍ଷେତ୍ରରେ ଅଧିକ ସତର୍କ ଥିଲେ କିନ୍ତୁ ଏବେ କିଛି ଲୋକ ଏହାକୁ ଅବହେଳା କରୁଛନ୍ତି। ତେଣୁ ଏଭଳି ସଙ୍କଟପୂର୍ଣ୍ଣ ସ୍ଥିତିରେ ଆମକୁ ସତର୍କ ରହିବାକୁ ପଡ଼ିବ। ତେବେ ଏହି ସମୟରେ ମୋଦି ଦେଶବାସୀଙ୍କ ପାଇଁ ବହୁ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି।

ଗରୀବ କଲ୍ୟାଣ ଯୋଜନାରେ ଦୁଇ ଲକ୍ଷ କୋଟି ଟଙ୍କାର ଏକ ଚତୁର୍ଥାଂଶ ଦିଆଯାଇଥିଲା। ଗତ 3 ମାସରେ, 20 କୋଟି ଗରିବ ପରିବାରର ଜନ ଧନ ଆକାଉଣ୍ଟରେ 31 ହଜାର କୋଟି ଟଙ୍କା ସିଧାସଳଖ ଜମା କରାଯାଇଛି। ଏହି ସମୟ ମଧ୍ୟରେ 9 କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ 18 ହଜାର କୋଟି ଟଙ୍କା ଜମା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତରେ 80 କୋଟିରୁ ଅଧିକ ଲୋକଙ୍କୁ 3 ମାସର ରାସନ ଅର୍ଥାତ୍ ପରିବାରର ପ୍ରତ୍ୟେକ ସଦସ୍ୟ ପିଛା 5 କିଲୋ ଗହମ କିମ୍ଵା ଚାଉଳ ମାଗଣାରେ ମିଳିବ।

ମୌସୁମୀ ସମୟରେ ଭାରତରେ ଚାଷବାସ କାମ ଆରମ୍ଭ ହୋଇଥାଏ। ତେଣୁ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ଗରୀବ କଲ୍ୟାଣ ଯୋଜନାରେ ନଭେମ୍ବର ଯାଏଁ 80 କୋଟି ଲୋକଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯିବ। ଏହି ଯୋଜନା ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ଵରରେ ଲାଗୁ ହେବ। ଏଥିରେ 90 ହଜାର କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ ହେବ। ଯଦି ଏଥିରେ ଗତ ତିନି ମାସର ଖର୍ଚ୍ଚ ଯୋଡି ଦିଆଯାଏ ତେବେ ସମୁଦାୟ 1.5 ଲକ୍ଷ କୋଟି ଖର୍ଚ୍ଚ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top