ଦେଶ

୧୬ତମ ଏସିଆନ୍‌ ଶିଖର ବୈଠକ, ତିନି ଦେଶର ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୋଦି

Modi
Courtesy: timesofindia.indiatimes.com

ବ୍ୟାଙ୍କକ:  ତିନିଦିନିଆ ଥାଇଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ବ୍ୟାଙ୍କକରେ ଆୟୋଜିତ ୧୬ତମ ଏସିଆନ୍‌ ଶିଖର ବୈଠକରେ ଯୋଗ ଦେଉଛନ୍ତି ପ୍ରଧାନମନ୍ତ୍ରୀ  । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଏତନାମା ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ବୋଲି ଜଣାଯାଇଛି । ମୋଦି ଆଜି ଭିଏତନାମାର ପ୍ରଧାନମନ୍ତ୍ରୀ ଗୁଏନ ଜୁଆନ ଫୁଚ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କର୍ଟ ମରିସନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଖାଲି ସେତିକି ନୁହେଁ, ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ମଧ୍ୟ ଭେଟିବେ ବୋଲି ଜଣାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top