ଦେଶ

ମମତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନରୁ ମହାବାତ୍ୟା ସର୍ଭେ ଆରମ୍ଭ

ନୂଆଦିଲ୍ଲୀ:  ମହାବାତ୍ୟା ଅମ୍ଫାନ୍ ଯୋଗୁଁ ହୋଇଥିବା କ୍ଷୟକ୍ଷତି ଆକଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି | ପଶ୍ଚିମବଙ୍ଗ ସରକାର ଗତ 283 ବର୍ଷ ମଧ୍ୟରେ ଏହା ସବୁଠାରୁ ଭୟଙ୍କର ମହାବାତ୍ୟା ବୋଲି କହିଛନ୍ତି । ମହାବାତ୍ୟା ର ଗୋଟିଏ ଦିନ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଭାବିତ ଅଞ୍ଚଳଗୁଡିକର ବିମାନ ସର୍ଭେ କରିବାକୁ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କୋଲକାତା ବିମାନ ବନ୍ଦରରେ ପଂହଁଚିବା ପରେ ତାଙ୍କୁ ମମତା ବାନାର୍ଜୀ , ରାଜ୍ୟପାଳ ସ୍ୱାଗତ କରିଛନ୍ତି। ଉଭୟ ନେତା ଏବେ ଏକ ବିମାନ ସର୍ଭେ କରୁଛନ୍ତି ।

ନରେନ୍ଦ୍ର ମୋଦୀ, ମମତା ବାନାର୍ଜୀ, ରାଜ୍ୟପାଳ ଜଗଦୀପ, କେନ୍ଦ୍ର ମନ୍ତ୍ରୀ , ବାବୁଲ ସୁପ୍ରିଓ , ଧର୍ମେନ୍ଦ୍ର ପ୍ରଧାନ, ପ୍ରତପ ଷଡଙ୍ଗୀ ସହ ବିମାନ ସର୍ଭେ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ଏବଂ ଦକ୍ଷିଣ 24 ପ୍ରଗଣା , କୋଲକାତା, ମେଦିନପୁର ଅଞ୍ଚଳରେ ସର୍ଭେ କରିବେ। ଏହା ପରେ ଏକ ଆଲୋଚନା ବୈଠକ ମଧ୍ୟ କରିବେ। ବର୍ତ୍ତମାନ ସୁଦ୍ଧା 80 ଜଣଙ୍କର ବାତ୍ୟା ରେ ମୃତ୍ୟୁ ହୋଇଥିବା ପଶ୍ଚିମବଙ୍ଗ ସରକାର ଙ୍କ ପକ୍ଷରୁ କୁହାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top