ଦେଶ

ବାତ୍ୟାର କ୍ଷତିପୂରଣ ପାଇଁ ପଶ୍ଚିମବଙ୍ଗକୁ 1 ହଜାର କୋଟିର ପ୍ୟାକେଜ୍‌ ଘୋଷଣା କଲେ ମୋଦି

ନୂଆଦିଲ୍ଲୀ:   ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆକାଶ ମାର୍ଗରୁ ମହାବାତ୍ୟା ସ୍ଥିତି ସମୀକ୍ଷା ଶେଷ ।  ବର୍ତ୍ତମାନ ବାସୀରହାଟ କଲେଜରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।  ପ୍ରଧାନମନ୍ତ୍ରୀ, ବେଙ୍ଗଲ ସିଏମ, ମୁଖ୍ୟ ଶାସନ ସଚିବ, ସଂପୃକ୍ତ ବିଭାଗର ରାଜ୍ୟ ମନ୍ତ୍ରୀ ଓ ସଚିବମାନେ ଉପସ୍ଥିତ ରହିଛନ୍ତି।

ମୋଦି ଆକାଶ ମାର୍ଗର ସମୀକ୍ଷା ପରେ  ବାତ୍ୟା ଅମ୍ଫାନ ଯୋଗୁଁ ପଶ୍ଚିମବଙ୍ଗକୁ ବହୁ  କ୍ଷତି ଘଟିଛି ବୋଲି ମୋଦି କହିଛନ୍ତି  । ବାତ୍ୟାରେ ମୃତ୍ୟୁ ବରଣ କରିଥିବା ପରିବାରଙ୍କୁ 2 ଲକ୍ଷର କ୍ଷତି ପୂରଣ ଘୋଷଣା କଲେ ମୋଦି ।  ଏଥିସହିତ  1 ହଜାର କୋଟିର ପ୍ୟାକେଜ୍‌ ପଶ୍ଜିମବଙ୍ଗର ବାତ୍ୟା କ୍ଷତିପୂରଣ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ମୋଦି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top