ଦେଶ

ଆଜି ପଶ୍ଚିମବଙ୍ଗ-ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ, ଦୀର୍ଘ 83 ଦିନ ପରେ ଦିଲ୍ଲୀରୁ ବାହାରକୁ ଆସୁଛନ୍ତି ମୋଦି

ନୂଆଦିଲ୍ଲୀ:  ଆଜି ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଗସ୍ତ କରିବେ ପିଏମ ମୋଦି । ବର୍ତ୍ତମାନ  ଦୀର୍ଘ 83 ଦିନ ପରେ ଦିଲ୍ଲୀରୁ ବାହାରକୁ ଆସୁଛନ୍ତି ମୋଦି । ତେବେ ମୋଦି  ବାତ୍ୟା ଅମ୍ଫାନ ଦ୍ୱାରା ପ୍ରଭାବିତ ପଶ୍ଚିମ ବଙ୍ଗ ଏବଂ ଓଡିଶାର ଗସ୍ତ କରିବେ । ଅମ୍ଫାନ କାରଣରୁ ରାଜ୍ୟର ଦକ୍ଷୀଣ ଭାଗ କ୍ଷୟକ୍ଷତିର ଆକଳନ କରିବା ପାଇଁ ପିଏମ  ମୋଦି ଶୁକ୍ରବାର ଦିନ ପଶ୍ଚିମବଙ୍ଗ ଯିବେ ।  ପ୍ରଧାନମନ୍ତ୍ରୀ ମୋଦି ସକାଳ 10.30ରେ  କୋଲକତା  ଏୟାରପୋର୍ଟ ରେ ପହଞ୍ଚିବେ ।  ଏହାପରେ  ଅପରାହ୍ନ 2ଟା 50 ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ।

ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଓଡ଼ିଶାର 4 ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟାସ୍ଥଳୀ ବୁଲିବା ପରେ 5ଟା ବେଳେ ରାଜ୍ୟ ସରକାରଙ୍କ ସହ ରିଲିଫ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା ବୈଠକ କରିବେ ମୋଦି । ରାତି 8ଟା 25ରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ  ।

ଗସ୍ତର କାର୍ଯ୍ୟସୂଚୀ- ପୂର୍ବାହ୍ନ ୧୦: ୪୫ ମିନିଟ୍‌ରେ ପ୍ରଧାନମନ୍ତ୍ରୀ କୋଲ୍‌କାତା ବିମାନ ବନ୍ଦରରେ ଅବତରଣ କରିବେ। ୧୦: ୫୦ ମିନିଟ୍‌ରେ ସେଠାରୁ ହେଲିକପ୍ଟର୍ ଯୋଗେ ବସିରହାଟ ଯାଇ ଆକାଶମାର୍ଗରୁ ସ୍ଥିତି ସ‌େର୍ବେକ୍ଷଣ କରିବେ। ୧୧: ୨୦ରେ ପ୍ରଧାନମନ୍ତ୍ରୀ ବସିରହାଟ ଠାରେ ରାଜ୍ୟ ଅଧିକାରୀମାନଙ୍କ ସହ ଏକ ବୈଠକରେ ଯୋଗ ଦେବେ। ସେଠାରୁ ଅପରାହ୍ଣ ୧୨: ୫୦ରେ କୋଲ୍‌କାତା ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଅପରାହ୍ଣ ୧: ୨୦ରେ କୋଲ୍‌କାତା ବିମାନ ବନ୍ଦରରେ ପହଞ୍ଚି ୧: ୩୦ରେ ଭୁବନେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିବେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top