ଦେଶ

ଲକ୍‌ଡାଉନ୍‌କୁ ପଛରେ ପକାଇ ଅନଲକ୍‌ ଫେଜ୍‌ରେ ପାଦ ଦେଇଛି ଭାରତ: ମୋଦି

ନୂଆଦିଲ୍ଲୀ:  କୋରୋନା ସଙ୍କଟ ମଧ୍ୟରେ ଦେଶର ଅର୍ଥବ୍ୟବସ୍ଥା ସାମ୍ନାରେ ଠିଆ ହୋଇଥିବା ବଡ଼ ଚ୍ୟାଲେଞ୍ଜକୁ  ଟକ୍କର ଦେଇ ମୋଦି ସରକାର ଆତ୍ମନିର୍ଭଳଶୀଳ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।  ଏହି ମଧ୍ୟରେ  ଆଜି ପ୍ରଧାନମନ୍ତ୍ରୀ  ସିଆଇଆଇର 125 ତମ ବାର୍ଷୀକ ଉତ୍ସବରେ ଭାଗ ନେଇଛନ୍ତି । ମୋଦି  ଆଜି ଭାରତୀୟ ଉଦ୍ୟୋଗ  ପରିସଙ୍ଘର ବାର୍ଷିକ ଉତ୍ସବ ସମ୍ବୋଧିତ କରିଛନ୍ତି । ମୋଦି ଏହି କାର୍ଯ୍ୟକ୍ରମରେ କହିଛନ୍ତି,  କୋରୋନା ଭୂତାଣୁ ର ସଙ୍କଟରେ ଏହି ପ୍ରକାର  ଅନଲାଇନ୍‌  ଇଭେଣ୍ଟ ବୋଧେ କେବଳ ଏହି ସମୟରେ ଏକ ବିକଳ୍ପ । ତେବେ ଏହି ପରିସ୍ଥିତି ମଧ୍ୟରେ ଦେଶର ଅର୍ଥବ୍ୟବସ୍ଥାକୁ ଧ୍ୟାନରେ ରଖିବାକୁ ପଡିବ ।

ମୋଦି କହିଛନ୍ତି ଆମେ ଆମର ଅର୍ଥବ୍ୟବସ୍ଥାକୁ ଦ୍ରୁତ ଗତିରେ ଫେରାଇ ଆଣିବା ପାଇଁ ଶତ ଚେଷ୍ଟା ଜାରି ରଖିଛୁ । ପିଏମ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ  ଦେଶର କ୍ଷମତା, ଟ୍ୟାଲେଣ୍ଟ ଏବଂ ଟେକ୍ନୋଲଜି  ଉପରେ ସମ୍ପୂର୍ଣ୍ଣ ଭରୋଷା ଅଛି କି ଆମେ  ପୁଣି ଦେଶର ଅର୍ଥବ୍ୟବସ୍ଥାକୁ ମଜଭୂତ କରିପାରିବା । ବର୍ତ୍ତମାନ ଭାରତ ଲକ୍‌ଡାଉନ୍‌କୁ  ପଛରେ ପକାଇ ଅନଲକ୍‌ ଫେଜ୍‌ରେ ପାଦ ଥାପିଛି । ଯାହା କୋରୋନାକୁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି ବୋଲି ମୋଦି କହିଛନ୍ତି ।

ସମ୍ବୋଧନରେ ମୋଦି ଆହୁରି ମଧ୍ୟ କହିଛନ୍ତିି  ଆଜିଠୁ ତିନି ମାସ ପୂର୍ବରୁ  ଦେଶ ଗୋଟିଏ ବି  ପିପିଇ କିଟ୍‌ ପ୍ରସ୍ତୁତ କରିପାରିନଥିଲା କିନ୍ତୁ ଏବେ  ପ୍ରତ୍ୟେକ ଦିନ  ତିନି ଲକ୍ଷ କିଟ୍‌ ପ୍ରସ୍ତୁତ କରୁଛି ଦେଶ । ଆତ୍ମନିର୍ଭରଶୀଳ ଭାରତ ସହ ଯୋଡି ହୋଇଥିବା ସମସ୍ତ ଆବଶ୍ୟକତା ଉପରେ ଧ୍ୟାନ ରଖିବେ ସରକାର । ଏଥିସହିତ ମୋଦି କହିଛନ୍ତି ସିଆଇଆଇ ପ୍ରତ୍ୟେକ ସେକ୍ଟରକୁ ନେଇ ରିସର୍ଚ୍ଚ ପ୍ରସ୍ତୁତ କରୁ ଏବଂ ପ୍ଲାନ ମୋତେ ଦେଉ ବୋଲି ମୋଦି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top