ଦେଶ

ନୂଆଦିଲ୍ଲୀ ରାମଲୀଲା ମଇଦାନରେ ରାବଣ ପୋଡ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Modi Ramlila

ନୂଆଦିଲ୍ଲୀ: ରାମଲୀଲା ମଇଦାନରେ ଆୟୋଜିତ ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ପାରମ୍ପରିକ ରିତୀନିତୀ ଅନୁସାରେ ଧନୁରେ ତୀର ଲଗାଇ ରାବଣକୁ ମାରିଥିଲେ । ଏବଂ ବିଶାଳକାୟ ରାବଣର କୁଶପୁତ୍ତଳିକାକୁ ଦାହ କରିଥିଲେ । ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା ରାମଲୀଳା ମଇଦାନରେ । ଏହି କାର୍ଯ୍ୟକ୍ରରେ କେବଳ ନରେନ୍ଦ୍ର ମୋଦି ନୁହଁନ୍ତି ଅନେକ ବରିଷ୍ଠ ନେତା ଓ ମଣ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ପବିତ୍ର ବିଜୟା ଦଶମୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଉତ୍ସବ ପାଳିତ ହେଉଛି ।

ତେବେ ଏହି ଅବସରେ ଆଜି ବୟୁସେନାର 87 ତମ ପ୍ରତିଷ୍ଠା ଦିବସ କଥା କହିଥିଲେ ମୋଦି । ଆଜିର ଦିନରେ ଯେଭଳି ମା’ ଦୁର୍ଗା ଧରାପୃଷ୍ଠରୁ ପାପର ବିନାଶ କରିଥିଲେ ସେଭଳି ଶତ୍ରୁ ସଂହାର କରିବା ପାଇଁ ରାଫେଲ୍‌ ଭଳି ଯୁଦ୍ଧ ବିମାନ ଆଜି ଦେଶ ହାତେଇଛି । ଭାରତକୁ ପ୍ରଥମ ରାଫେଲ ହସ୍ତାନ୍ତର କରିଛି ଫ୍ରାନ୍ସ । ମୋଟ୍‌ 36ଟି ରାଫେଲ ଦେବ ଫ୍ରାନ୍ସ । ଏହି ରାଫେଲ ଆଖି ପିଛୁଳାକେ ଶତ୍ରୁ ସଂହାର କରିବାର କ୍ଷମତା ରଖୁଛି । ଶତ୍ରୁ ଘରେ ପଶି ଶତ୍ରୁକୁ ମାରିବାର କ୍ଷମତା ରଖୁଛି ରାଫେଲ୍‌ । ତେଣୁ ଆଜି ଏହି ବିଜୟା ଦଶମୀ ଦେଶ ପାଇଁ ଅତ୍ୟନ୍ତ ଶୁଭଙ୍କର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top