ଦେଶ

 ପିଏମ ମୋଦି ଏବଂ ଅଷ୍ଟ୍ରେଲିଆର ପିଏମ ମାରିସନ୍‌ଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଭର୍ଚୁଆଲ ଶିଖର ସମ୍ମିଳନୀ 

ଅର୍ଗସ ବ୍ୟୁରୋ:   ପିଏମ ମୋଦି ଏବଂ ଅଷ୍ଟ୍ରେଲିଆର ପିଏମ ମାରିସନ୍‌ଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଭର୍ଚୁଆଲ ଶିଖର ସମ୍ମିଳନୀ  ହେବ ।  ଏହା ପ୍ରଥମ ଥର ହେବାକୁ ଯାଉଛି ଯାହାକି ଭାରତର ପ୍ରଧାନମନ୍ତ୍ରୀ ଜଣେ ବିଦେଶୀ ନେତା ସହ ଦ୍ୱିପାକ୍ଷିକ ଅନ୍‌ଲାଇନ୍‌  ଶିଖର ସମ୍ମିଳନୀରେ ଭାଗ ନେବାକୁ ଯାଉଛନ୍ତି।  ଦୁଇ ଦେଶର ଦ୍ୱିପାକ୍ଷିକ ରଣନୀତି ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ  ବିଚାରବିମର୍ଶ ହେବ । ଦୁଇ ଦେଶ ମଧ୍ୟରେ ପୁଞ୍ଜି ଓ ବ୍ୟବସାୟକୁ ବଢାଇବା ଦିଗରେ ଏହି ଭର୍ଚୁଆଲ ସାକ୍ଷାତର ମୁଖ୍ୟ ଉଦ୍ଦେଶ୍ୟ ରହିବ ।

ତେବେ ଅଷ୍ଟ୍ରେଲିଆ ପିଏମ ସ୍କଟ ମାରସନ୍‌ ଜାନୁଆରୀ  ଏବଂ ପୁଣି  ମଇରେ  ଭାରତ ଆସିବାର ଥିଲା । କିନ୍ତୁ ଜାନୁଆରୀରେ ଅଷ୍ଟ୍ରେଲିଆ ଜଙ୍ଗଲରେ  ଲାଗିଥିବା ଭୀଷଣ ନିଆଁ କାରଣରୁ ତାଙ୍କର ଗସ୍ତ ବାତିଲ ହୋଇଥିଲା । ପୁନର୍ବାର ମଇରେ ଆସିବାର ଥିଲା କିନ୍ତୁ ମହାମାରୀ କୋରୋନା ଯୋଗୁଁ  ତାହା ମଧ୍ୟ  ବାତିଲ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top