ଦେଶ

ମୋଦି କ୍ୟାବିନେଟ୍‌ ବୈଠକ ଆରମ୍ଭ, ପିଏମଙ୍କ ବାସଭବନରେ ଚାଲିଛି ବୈଠକ

ନୂଆଦିଲ୍ଲୀ: ମୋଦି କ୍ୟାବିନେଟ୍‌ ବୈଠକ ଆରମ୍ଭ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ କେନ୍ଦ୍ରୀୟ କ୍ୟାନେଟ୍‌ର ବୈଠକ ଆରମ୍ଭ ହୋଇଛି । ଏହି ସପ୍ତାହର ଆରମ୍ଭରେ ସୋମବାର ଦିନ ଏକ ବୈଠକ ହୋଇଥିଲା । ଯେଉଁଥିରେ ବହୁ କିଛି ନିଷ୍ପତ୍ତି ନିଆଯାଇଥିଲା । ତେବେ କୋରୋନା ଭାଇରସ୍‌ ସଙ୍କଟ ମଧ୍ୟରେ ଆଜି ପୁଣି ଥରେ କେନ୍ଦ୍ରୀୟ କ୍ୟାବିନେଟର ବୈଠକ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ପିଏମଙ୍କ ବାସଭବନରେ ଆରମ୍ଭ ହୋଇଛି ।  

ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ  ନିଷ୍ପତ୍ତି  ନିଆଯାଇପାରେ ।  ଏଠି କହି ରଖୁଛୁ ଯେ, ଏହି ସପ୍ତାହରେ ମୋଦିଙ୍କ ଏହା ହେଉଛି ଦ୍ୱିତୀୟ କ୍ୟାବିନେଟ୍‌ ବୈଠକ  । ବୈଠକରେ ଆର୍ଥିକ ମୋର୍ଚ୍ଚା ଉପରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top