ଦେଶ

ଏନ୍‌ସିସି ରାଲିରେ ମୋଦିଙ୍କ ବୟାନ, କେବଳ ଭୋଟ ପାଇଁ ସିଏଏ ବିରୋଧରେ ବିରୋଧୀ…

modi

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିଲ୍ଲୀ ଏନ୍‌ସିସି ରାଲିରେ ଯୋଗଦେଇ ଦେଶ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଦେଶରେ ନାଗରିକତା ଆଇନକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱ ଓ ହିଂସା ବିଷୟରେ ମଧ୍ୟ ନିଜର ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି, କିଛି ରାଜନୈତିକ ଦଳ କେବଳ ଭୋଟ ବ୍ୟାଙ୍କ ବଢ଼ାଇବା ପାଇଁ ନାଗରିକତା ଆଇନକୁ ବିରୋଧ କରୁଛନ୍ତି । ପଡ଼ୋଶୀ ଦେଶର ଅଳ୍ପସଂଖ୍ୟକଙ୍କୁ ଆମେ ଶରଣ ଦେବା ଆମର ପ୍ରାଥମିକତା ରହିବ ।

ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ଭୋଟ ବ୍ୟାଙ୍କ ପାଇଁ ଜମ୍ମୁ-କାଶ୍ମୀରରୁ 370 ହଟାଯାଇନାହିଁ । ପୂର୍ବରୁ ଯେଉଁ ସବୁ ସରକାର ଥିଲା ସେମାନେ ଜମ୍ମୁ-କାଶ୍ମୀର ପାଇଁ କିଛି ବି କରିନାହାନ୍ତି । ଆତଙ୍କବାଦ କାଶ୍ମୀରକୁ ସମ୍ପୁର୍ଣ୍ଣ ନଷ୍ଟ ଭ୍ରଷ୍ଟ କରିଦେଇଥିଲେ । 370 ହଟାଯିବା ପରେ ଏବେ ଶାନ୍ତ ରହିଛି କାଶ୍ମୀର । ଆତଙ୍କବାଦ ପାଇଁ କାଶ୍ମୀରରେ ଲକ୍ଷ ଲକ୍ଷ ଲୋକଙ୍କୁ ଗୋଟିଏ ଦିନରେ ଘର ଛାଡ଼ତିବାକୁ ପଡ଼ିଥିଲା । ଭାରତୀୟ ସେନା ପକ୍ଷରୁ ଯେବେ ବି ଆତଙ୍କବାଦ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ମଗାଯାଇଛି, ସେତେବେଳେ ତାଙ୍କୁ ରୋକାଯାଉଥିଲା । କିନ୍ତୁ ଏବେ ସେମିତି ଆଉ ହେଉ ନାହିଁ । କାଶ୍ମୀର ଏବେ ଶାନ୍ତ ରହିଛି ।

ପିଏମ୍‌ ମୋଦି ଏହି ଅବସରରେ ଯୋଗଦେଇ କହିଛନ୍ତି ଯେ, ଯୁବ ଶକ୍ତିକୁ ଡିସିପ୍ଲିନ୍‌, ଡିଟରମିନେସନ୍‌ ଏବଂ ଦେଶ ପ୍ରତି ପ୍ରତିବଦ୍ଧତାର ଭାବନାକୁ ମଜଭୁତ୍‌ କରିବା ପାଇଁ ଏନ୍‌ସିସି ହେଉଛି ସବୁଠାରୁ ବଡ଼ ପ୍ଲାଟ୍‌ଫର୍ମ । ଏନ୍‌ସିସିର ଏହି ଭାବନା ଦେଶର ବିକାଶରେ ସିଧା ସଳଖ ଯୋଡ଼ି ହୋଇ ରହିଛି ।

ଆଜି ସାରା ବିଶ୍ୱରେ ଆମ ଦେଶ ଯୁବକ ବୋଲି ପରିଚିତ ହେଉଛି । ଦେଶର 65 ପ୍ରତିଶତ ଲୋକ 35 ବର୍ଷରୁ କମ୍‌ । ଆମ ଦେଶ ଏବେ ଯୁବା ଅବସ୍ଥାରେ ଅଛି, ତେଣୁ ଏଥିପାଇଁ ଆମେ ଗର୍ବିତ । କନ୍ତୁ ଦେଶର ଚିନ୍ତାଧାରା ମଧ୍ୟ ଯୁବକ ହେଉ, ଏହା ଆମର ଦାୟିତ୍ୱ ବୋଲି କହିଛନ୍ତି ମୋଦି ।

ଅତୀତର ସ୍ମୃତି ବର୍ତ୍ତମାନର ଆବଶ୍ୟକତା ଓ ଭବିଷ୍ୟତର ଆକାଂକ୍ଷା ସହିତ ଆମେ କାମ କରିବାକୁ ହେବ । କେତେବେଳେ ଆତଙ୍କବାଦୀ ଆକ୍ରମଣ ତ କେତେବେଳେ ନକ୍ସଲ ଆକ୍ରମଣ, ଆଉ କେତେବେଳେ ବିଛିନ୍ନତାବାଦୀଙ୍କ ବୟାନ୍‌ ତ କେତେବେଳେ ଭାରତ ବିରୋଧରେ ନାରା ଦେଶରେ ଦେଖିବାକୁ ମିଳୁଛି । ଅନେକ ସମୟରେ କିଛି ବ୍ୟାଧି ଲମ୍ବା ସମୟ ପର୍ଯ୍ୟନ୍ତ ରହିଥାଏ । ତେଣୁ ତାହା ଶରୀରର ଏକ ଅଂଶ ପାଲଟିଥାଏ । ଆମ ଦେଶ ସହ ଏଭଳି କିଛି ଘଟିଛି । କିନ୍ତୁ ଖୁବ୍‌ ଶୀଘ୍ର ଏହାର ସମାଧାନ ହୋଇଯିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top