ଟେକ୍ନୋଲୋଜି

ଚୀନକୁ ଆଉ ଏକ ଝଟକା ଦେବାକୁ ଭାରତର ପ୍ରସ୍ତୁତି, ଯୁବପୀଢ଼ିଙ୍କୁ ଆପ୍‌ ତିଆରି ଚ୍ୟାଲେଞ୍ଜ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଭାରତରେ 59 ଚାଇନିଜ୍‌ ଆପ୍‌ ବ୍ୟାନ୍‌ କରିଛନ୍ତି ଭାରତ ସରକାର । ଡ୍ରାଗନକୁ ଲାଗିଛି ବଡ଼ ଝଟକା । ଏହି 59ଟି ଆପ୍‌ ମଧ୍ୟରେ ରହିଛି ଲୋକପ୍ରିୟ ଆପ୍‌ ଟିକ୍‌ଟକ୍‌ । ଏବେ ଟିକ୍‌ଟକ୍‌ ଏତେ କ୍ଷତି ସହିଛି ଯେ ଚୀନ ସରକାରଙ୍କ ସହ ଅସହଯୋଗ କରୁଥିବା ଦେଖିବାକୁ ମିଳିଛି । ଗଲୱାନ ଘାଟିରେ ଚୀନର ବର୍ବରତା ପରେ ଆର୍ଥିକ ସ୍ତରରେ ଭାରତ ସରକାର ଚୀନକୁ ଗୋଟିଏ ପରେ ଗୋଟିଏ ଝଟକା ଦେଉଛନ୍ତି । ତେବେ ଚାଇନିଜ୍‌ ଆପ୍‌ ବ୍ୟାନ ନିଷ୍ପତ୍ତି ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଆତ୍ମନିର୍ଭର ଭାରତ ଇନୋଭେସନ ଚ୍ୟାଲେଞ୍ଜ ଆରମ୍ଭ କରିଛନ୍ତି ।

ଭାରତରେ ନିର୍ମାଣ ହେବ ବିଶ୍ୱ ସ୍ତରୀୟ ଆପ୍‌ଲିକେସନ । ସ୍ୱଦେଶୀ ଆପ ନିର୍ମାଣ କରି ଭାରତ ହେବ ଆତ୍ମ ନିର୍ଭର । ଦେଶରେ ଆତ୍ମନିର୍ଭର ଆପ ଇକୋ ସିଷ୍ଟମ ସୃଷ୍ଟି କରିବାକୁ ମୋଦିଙ୍କ ଆହ୍ୱାନ । ଚୀନକୁ କଡା ଜବାବ ଦେବାକୁ ଯାଇ ଭାରତ ସରକାର 59ଟି ଚାଇନିଜ ଆପକୁ ବ୍ୟାନ କରିଛନ୍ତି । ଦେଶର ସାର୍ବଭୌମତ୍ୱକୁ ରକ୍ଷା କରିବା ଦିଗରେ ଏହି ପଦକ୍ଷେପ ଜରୁରୀ ଥିଲା । ଏବେ ଏଥିରେ ଆତ୍ମନିର୍ଭର ହେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ପ୍ରଧାନମନ୍ତ୍ରୀ ଶନିବାର ଆତ୍ମନିର୍ଭର ଭାରତ ଇନୋଭେସନ ଚ୍ୟାଲେଞ୍ଜ ଲଞ୍ଚ କରି ଭାରତୀୟ ଟେକ୍‌ ଏବଂ ଷ୍ଟାର୍ଟ ଅପ କମ୍ୟୁନିଟିକୁ ଏଥିରେ ସାମିଲ ହେବାକୁ ଅପିଲ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ପୋଷ୍ଟ ଲେଖି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସାରା ଦେଶ ଆତ୍ମନିର୍ଭର ଭାରତ କରିବା  ଦିଗରେ କାମ କରୁଛି । ସ୍ୱଦେଶୀ ଆପ ଗୁଡିକୁ ବିକଶିତ କରି ଏହାର ପ୍ରଚାର ଏବଂ ପ୍ରସାର କରିବା ପାଇଁ ଏହା ଉପଯୁକ୍ତ ସମୟ ବୋଲି ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।

ଅଟଳ ଇନୋଭେସନ ମିଶନ ସହ ମିଶି ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଏହାର ପରିଚାଳନା କରିବ । ଏହା ଦୁଇଟି ଦିଗ ଉପରେ କାମ କରିବ । ପୁରୁଣା ଆପର ପ୍ରଚାର ଏବଂ ପ୍ରସାର କରାଯିବ ଏବଂ ବିକଳ୍ପ ଭାବେ ନୂଆ ଆପକୁ ବିକଶିତ କରାଯିବା ଉପରେ କାମ କରିବ । ପୁରୁଣା ଆପ ଗୁଡିକୁ ଅନ ଲାଇନ ଶିକ୍ଷା, ୱାର୍କ ଫର୍ମ ହୋମ, ଗେମିଙ୍ଗ, ବିଜେନେସ ଏବଂ ମନୋରଞ୍ଜନ କ୍ଷେତ୍ରରେ ପ୍ରସାର ପାଇଁ ସରକାର ସମସ୍ତ ପ୍ରକାର ସହଯୋଗ କରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top