ମନୋରଞ୍ଜନ

ମୋଦିଙ୍କ ବାସଭବନରେ ଏକାଠି ହେଲେ ବଲିଉଡର ସବୁ କଳାକାର, ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ

PM Modi
Courtesy: www.businesstoday.in

ନୂଆଦିଲ୍ଲୀ: ଏକାଠି ହେଲେ ବଲିଉଡର ସବୁ କଳାକାର । ଆଜ୍ଞା ହଁ ଏହା କୌଣସି ଆଓ୍ୱାର୍ଡ ଫଙ୍ଗସନ୍‌ ନୁହେଁ,  ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସବୁ କଳାକାରମାନେ ଏକାଠି ହୋଇଛନ୍ତି ।  ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଲ୍ମ ଜଗତର ଅନେକ କଳାକାରଙ୍କୁ ଭେଟିଥିଲେ । ଶାହାରୁଖ ଖାନ୍, ଆମୀର ଖାନ୍‌, କଙ୍ଗନା ରାଣାୱତ ଓ ଜ୍ୟାକଲିନ୍‌ ଙ୍କ ସମେତ ବଲିଉଡର ଅନେକ ବଡ଼ ବଡ଼ କଳାକାର ଏଥିରେ ସାମିଲ ହୋଇଥିଲେ। #ChangeWithin ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।  ଯେଉଁଥିରେ ମହାତ୍ମା ଗାନ୍ଧିଙ୍କ ବାର୍ତ୍ତା ସଂପର୍କରେ ଲୋକଙ୍କୁ ସଚେତନ କରିବା ଦିଗରେ କଳାକାରମାନଙ୍କ ଭୂମିକା ସଂପର୍କରେ ଆଲୋଚନା ହୋଇଥିଲା। ଏଥିସହ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ୍ ମିଡିଆରେ ଏକ ଭିଡିଓ ଶେଆର କରିଛନ୍ତି। ଏଥିରେ ଫିଲ୍ମି କଳାକାରମାନେ ଗାନ୍ଧିଙ୍କ ବିଚାର ଧାରା ବିଷୟରେ କହୁଛନ୍ତି। ଏହି ଭିଡିଓଟିକୁ ବଲିଉଡ୍‌ର ସଫଳ ନିର୍ଦ୍ଦେଶକ ରାଜ କୁମାର ହିରାନିଙ୍କ ପ୍ରଡକ୍ସନ୍ ହାଉସ୍‌ ପ୍ରସ୍ତୁତ କରିଛି।

ପ୍ରଧାନମନ୍ତ୍ରୀ ମୋଦି ନିଜ ଟ୍ୱିଟର୍‌ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓଟି ବେଶ୍‌ ସୁନ୍ଦର ହୋଇଛି । ଏଥିରେ ବଲିଉଡର ବଡ଼ ବଡ଼ କଳାକାରମାନେ ଜଣ ଜଣ କରି ମହାତ୍ମା ଗାନ୍ଧିଙ୍କର ଉପଦେଶ ଗୁଡ଼ିକୁ ପଢ଼ୁଛନ୍ତି। ଏଥିରେ ଆମୀର୍‌ ଖାନ୍‌, ସଲମାନ୍‌ ଖାନ୍‌, ଶାହାରୁଖ ଖାନ୍‌, କଙ୍ଗନା ରାଣାୱତ, ସୋନମ କପୁର, ଆଲିଆ ଭଟ୍ଟ, ରଣବୀର କପୁର ଓ ଭିକି କୌଶଲଙ୍କ ପରି ଷ୍ଟାର୍‌ମାନଙ୍କୁ ଦେଖିବାକୁ ମିଳିଛି। ଭିଡିଓର କ୍ୟାପ୍‌ସନ୍‌ରେ ମୋଦି ଲେଖିଛନ୍ତି, ‘ଫିଲ୍ମି ତାରକାମାନେ ଏକାଠି ଆଗକୁ ଆସି ମହାତ୍ମା ଗାନ୍ଧିଙ୍କୁ ସମ୍ମାନ ଦେଇଛନ୍ତି। #ChangeWithin ଏକ ଅଭିନବ ପ୍ରୟାସ, ଯେଉଁଥିରେ ବାପୁଙ୍କ ବିଚାରଧାରାକୁ ଦୂରଦୂରାନ୍ତର ପର‌୍ୟ୍ୟନ୍ତ ପହଞ୍ଚା ଯାଇପାରିବ। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ସକାରାତ୍ମକ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିବ।’ ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ କଳାକାରଙ୍କୁ ଭେଟି ଏଭଳି ଏକ ଆଲୋଚନା କରିବା କଥାକୁ ବହୁତ ପ୍ରଶଂସା କରାଯାଉଛି। ଏଥିପାଇଁ ଅନେକ କଳାକାର ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top