X
Breaking News
ଟେକ୍ନୋଲୋଜି

ମୋଦିଙ୍କ ଟ୍ୱିଟର ରେକର୍ଡ, ବର୍ଷକରେ ୬୦ ଲକ୍ଷ ଫଲୋଅର୍ସ ସହ ତୃତୀୟରେ ନମୋ

MODi

ନୂଆଦିଲ୍ଲୀ: ମୋଦିଙ୍କ ଦ୍ୱିତୀୟ ପାଳିର 100 ଦିନର ସଫଳତା ଦେଶବାସୀ ଅବଗତ ହେଉଥିବା ବେଳେ ପୁଣି ପ୍ରଧାନମନ୍ତ୍ରୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ସଫଳତା । ଟ୍ୱିଟରରେ ମୋଦିଙ୍କ ଫଲୋଅର୍ସ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଛି । ଏପରିକି ଟ୍ୱିଟରରେ ଫଲୋଅର ମାମଲାରେ ବିଶ୍ୱର ତୃତୀୟ ନମ୍ବର ସ୍ଥାନକୁ ଆସିଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଗୋଟିଏ ବର୍ଷରେ ପାଖାପାଖି 60 ଲକ୍ଷ୍ୟ ନୂଆ ଫଲୋଅର୍ସ ଯୋଡ଼ି ହୋଇଛନ୍ତି । ଏହାସହ ମୋଦିଙ୍କ ମୋଟ ଫଲୋଅର୍ସ 50 ମିଲିୟନ (5 କୋଟି)ରେ ପହଞ୍ଚିଛି । ଜୁଲାଇ 2018ରେ ମୋଦିଙ୍କର 43.4 ମିଲିୟନ ଫଲୋଅର୍ସ ଥିଲେ ।

ଦୁନିଆରେ ସବୁଠୁ ଅଧିକ ଫଲୋ କରାଯାଉଥିବା ନେତାଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଅଛନ୍ତି ନରେନ୍ଦ୍ର ମୋଦି । ମୋଦିଙ୍କ ଆଗରେ କେବଳ ଆମୋରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ଏବେର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଛନ୍ତି । 108.4 ମିଲିୟନ ଫଲୋଅର୍ସ ସହ ଓବାମା ପ୍ରଥମରେ ଥିବା ବେଳେ 64.1 ଫଲୋଅର୍ସ ସହ ଦ୍ୱିତୀୟରେ ଅଛନ୍ତି ଟ୍ରମ୍ପ ।

କେବଳ ଟ୍ୱିଟର ନୁହେଁ ଫେସବୁକ ଏବଂ ଇନ୍‌ଷ୍ଟାଗ୍ରାମରେ ସକ୍ରିୟ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଥିବା ବେଳେ 2009ରେ ଟ୍ୱିଟରରେ ଯୋଡ଼ି ହୋଇଥିଲେ ନମୋ । ତେବେ ମୋଦିଙ୍କର ଫେସବୁକରେ 4.4 କୋଟି ଫଲୋଅର୍ସ ଏବଂ ଇନଷ୍ଟାଗ୍ରାମରେ 2.5 କୋଟି ଫଲୋଅର୍ସ ଅଛନ୍ତି ।

 ଇନ୍‌ଷ୍ଟାରେ ଅଧିକ ଲାଇକ୍‌ ହୋଇଥିବା ଫଟୋ..

 

View this post on Instagram

 

A very special friend came to meet me in Parliament today.

A post shared by Narendra Modi (@narendramodi) on

 

ଯଦି ସବୁ ସୋସିଆଲ ପ୍ଲାଟଫର୍ମର ଫଲୋଅର୍ସ ମିଶାଇ ଦିଆଯାଏ ତେବେ ମୋଦି ଓବାମାଙ୍କ ପରେ ଦ୍ୱିତୀୟ ନମ୍ବରରେ ଆସିବେ । ସବୁ ପ୍ଲାଟଫର୍ମରେ ମୋଦିଙ୍କ ଫଲୋଅର୍ସ 11 କୋଟି ଥିବା ବେଳେ ଓବାମାଙ୍କର 18 କୋଟିରୁ ଉର୍ଦ୍ଧ୍ୱ ଫଲୋଅର୍ସ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top