ଦେଶ

70 ବର୍ଷରେ ପଦାର୍ପଣ କଲେ ପିଏମ ମୋଦି, ବିଶ୍ୱର ମହାଶକ୍ତି କଲେ ପ୍ରଶଂସା

ଅର୍ଗସ ବ୍ୟୁରୋ:  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଅବସରରେ ବିଦେଶରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ବିଶ୍ୱର ସମସ୍ତ ମହାଶକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ କାର୍ଯ୍ୟ ପାଇଁ ପ୍ରଶଂସା ମଧ୍ୟ କରିଛନ୍ତି। ଜର୍ମାନୀ, ଫିନଲ୍ୟାଣ୍ଡ, ନେପାଳ, ୠଷ, ସ୍ପେନ୍, କେନିଆ ସମେତ ଅନେକ ଦେଶରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଆସିଛି।

ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଏବଂ ଭାରତ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ରୂଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ  ଜନ୍ମଦିନରେ ଅଭିନନ୍ଦନ ଜଣାଇବା ସହ ତାଙ୍କୁ ସ୍ୱାସ୍ଥ୍ୟ ଏବଂ ସଫଳତା କାମନା କରିଛନ୍ତି। ସେ ଲେଖିଛନ୍ତି, ”ହୃଦୟରୁ ଜନ୍ମଦିନର ଶୁଭେଚ୍ଛା, ମୁଁ ଆପଣଙ୍କ ଭଲ ସ୍ୱାସ୍ଥ୍ୟ, ସୁଖ ଏବଂ ସଫଳତା କାମନା କରୁଛି”।

ସେହିପରି ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ସାନା ମାରିନ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ସେ ମଧ୍ୟ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ କହିଛନ୍ତି। ଜର୍ମାନ ଚାନ୍‌ସେଲର ଆଞ୍ଜେଲା ମାର୍କେଲ ମଧ୍ୟ ମୋଦୀଙ୍କୁ ଶୁଭେଚ୍ଛା ଦେଇଛନ୍ତି।

ମୋଦିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଦେଶର କୋଣ ଅନୁକୋଣରୁ ତାଙ୍କର ସମର୍ଥକ ଶୁଭେଚ୍ଛା ଦେଇଛନ୍ତି। ବହୁ ବରିଷ୍ଠ ନେତା ମନ୍ତ୍ରୀ ବି ତାଙ୍କୁ ଶୁଭେଚ୍ଛା ଦେବା ସହିତ ତାଙ୍କର ସୁସ୍ଥ ସ୍ୱାସ୍ଥ୍ୟ କାମନା କରିଛନ୍ତି।  ଏପଟେ ପିଏମ ଙ୍କ  ଜନ୍ମଦିନ ଅବସରରେ  ବିଜେପି ସେବା ସପ୍ତାହ ଆରମ୍ଭ କରିଛି। ଯାହା 14 ରୁ 20 ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ।   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଆୟୋଜିତ ସେବା ସପ୍ତାହରେ, ମଣ୍ଡଳରୁ ବୁଥ ସ୍ତର ପର୍ଯ୍ୟନ୍ତ ପ୍ରତ୍ୟେକ ୟୁନିଟର କର୍ମଚାରୀମାନେ ନିଜ ନିଜ ସ୍ଥାନରେ ବିଭିନ୍ନ ସେବା କରିବେ।

ଏହି  ରିପ୍ରେକ୍ଷୀରେ ଦଳର ସଭାପତି ଜେପି ନାଡା କହିଛନ୍ତି ଯେ ଡାକ୍ତରଖାନାରେ ଫଳ ବଣ୍ଟନ ହେଉ, ପିଲାମାନଙ୍କୁ ପୁସ୍ତକ ଯୋଗାଇବା ହେଉ, ରକ୍ତଦାନ ଭଳି ଅନେକ କାର୍ଯ୍ୟ ସବୁଠାରେ କରାଯିବ । 14 ରୁ 20 ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିଥିବା ଦେଶବ୍ୟାପୀ ‘ସେବା ସପ୍ତାହ’ ଅଭିଯାନର ଏକ ଅଂଶ ଭାବରେ ଜେପି ନାଡା ସମସ୍ତ ସାଂଗଠନିକ ୟୁନିଟ୍ ଏବଂ କର୍ମଚାରୀଙ୍କୁ ପୃଥକ ସେବା କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top