ନ୍ୟୁଜ୍

ଅନୁଗୁଳ: ବଣିଆଠାରେ ପୋଲିସ-ଜନତା ମୁହାଁମୁହିଁ

fight

ଅନୁଗୁଳ:  ନିଜ ଗାଁ ସୀମାରେ ସହରି ଆବର୍ଜନା ପକାଯିବାକୁ ନେଇ ଉତେଜନା । ଅନୁଗୁଳ ଥାନା ଇଲାକାର ପଞ୍ଚମହଲା ଭେରୁ ବଣିଆଠାରେ ମୁହାଁ ମୁହିଁ ହୋଇଛନ୍ତି ପୋଲିସ ଓ ଗ୍ରାମବାସୀ । ସୂଚନାନୁସାରେ, ଗ୍ରାମର ମହିଳା ପୌରପାଳିକା ଦ୍ୱାରା ଭେରୁବଣିଆ ଗ୍ରାମ ସୀମାରେ ଦୀର୍ଘ ମାସ ହେବ ସହରୀ ଆବର୍ଜନା ପକାଇ ଆସୁଛନ୍ତି । ଏହାକୁ ତୀବ୍ର ବିରୋଧ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇ ଆସୁଥିବାବେଳେ ଆଜି ଏହା ଉଗ୍ର ରୂପ ନେଇଥିଲା ।

ମହିଳା ମାନେ ଦୀର୍ଘ ସମୟ ଧରି ପୌର ଆବର୍ଜନା ଗାଡିକୁ ଅଟକାଇ ରଖିବା ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ବୁଝାସୁଝା ଉଦ୍ୟମ ଆଳରେ ପୋଲିସ ଉପସ୍ଥିତିରେ ପୁଣି ଥରେ ସମ୍ପୃକ୍ତ ଅଞ୍ଚଳରେ ଆବର୍ଜନା ଉଦ୍ୟମ ସମୟରେ ଗାଁର ମହିଳା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା ।  ଘଟଣା ସ୍ଥଳରେ ପୋଲିସ ଉପସ୍ଥିତ ରହିଥିବା ବେଳେ, ମହିଳାମାନେ ଏକତ୍ରିତ ହୋଇ ଦାବି ଉପସ୍ଥାପନ ଜାରି ରଖିଛନ୍ତି । ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସମ୍ପୂକ୍ତ ସ୍ଥାନରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top