ନ୍ୟୁଜ୍

ଡକାୟତି ଯୋଜନା କରୁଥିବା ବେଳେ ତିନି ଡକାୟତଙ୍କୁ ଗିରଫ କଲା ପୋଲିସ

ଭଦ୍ରକ:  ଡକାୟତି ଯୋଜନା କରୁଥିବା ବେଳେ ତିନି ଡକାୟତଙ୍କୁ ଗିରଫ କରିଛି ଟାଉନ ପୋଲିସ । ଏମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଜବତ ହେବା ସହ ଚାରୋଟି ମୋବାଇଲ ଆଉ ଦୁଇଟି ବାଇକ ମଧ୍ୟ ଜବତ କରିଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥ ଡାହାଣୀଗଡ଼ିଆ ନିକଟରେ କିଛି ଡକାୟତ ଏକାଠି ହୋଇ କୌଣସି ସ୍ଥାନରେ ଡକାୟତି କରିବାର ଯୋଜନା କରୁଥିଲେ ।

ଏହି ଖବର ଟାଉନ ପୋଲିସ ଜାଣିପାରି, ଏହାର ଗୋଟିଏ ଟିମ ଘଟଣାସ୍ଥଳକୁ ଯାଇଥିଲେ । ଏମାନେ ଡକାୟତି କରିବା ପୂର୍ବରୁ ୩ ଡକାୟତଙ୍କୁ ପୋଲିସ କାବୁ କରି, ଏମାନଙ୍କ ଡକାୟତ ଯୋଜନାକୁ ପଣ୍ଡ କରିଛି । କିନ୍ତୁ ଘଟଣା ସ୍ଥଳରୁ ଆଉ ଦୁଇ ଜଣ ଡକାୟତ ଫେରାର ହୋଇଯାଇଛନ୍ତି । ଗିରଫ ହୋଇଥିବା ଡକାୟତମାନେ ହେଲେ ଅଜିତ କୁମାର ସେଠି, ତପନ ଦଳେଇ ଓ ପାଗୁଳୁ ସେଠି, ଏମାନେ ସମସ୍ତେ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି । ଏହି ତିନି ଜଣଙ୍କୁ ପୋଲିସ ଗିରଫ କାରି କୋର୍ଟ ଚାଲାଣ କରିଥିବାବେଳେ, ଫେରାର ହୋଇଯାଇଥିବା ଆଉ ଦୁଇ ଜଣଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଚଳାଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top